ପୁଞ୍ଜିଲାଲଙ୍କ ଜାମିନ ଆବେଦନ ସୁପ୍ରିମକୋର୍ଟରେ ଖାରଜ
ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି। ତାଙ୍କ ଜାମିନ ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି। ବିଚାରପତି ଜଷ୍ଟିସ୍ ଏମ୍ଏମ୍ ସୁନ୍ଦରେଶ ଓ ବିଚାରପତି ଜଷ୍ଟିସ୍ ରାଜେଶ ବିନ୍ଦାଲଙ୍କ ଖଣ୍ଡପୀଠ କହିଛନ୍ତି, ମାମଲାରେ ସାକ୍ଷୀମାନଙ୍କ ଜେରା ଶେଷ ହୋଇଥିବା ତଥା ପକ୍ଷ-ପ୍ରତିପକ୍ଷ ଆଇନଜୀବୀଙ୍କ ଯୁକ୍ତି ଆରମ୍ଭ ହେବାକୁ ଯାଉଥିବାକୁ ପୁଞ୍ଜିଲାଲଙ୍କ ଜାମିନ ଖାରଜ ସଂପର୍କିତ ଓଡ଼ିଶା ହାଇକୋର୍ଟଙ୍କ ଆଦେଶରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ। ଏହା ସହ ଖଣ୍ଡପୀଠ ପୁଞ୍ଜିଲାଲଙ୍କ ଦ୍ବାରା ଦାଖଲ କରାଯାଇଥିବା ଜାମିନ ଆବେଦନ ଏସ୍ଏଲ୍ପିକୁ ଖାରଜ କରିଦେବା ସହ ଟ୍ରାଏଲ କୋର୍ଟ ମାମଲାର ଶୁଣାଣିରେ ତୀବ୍ରତା ଆଣିବା ସହ ତିନିମାସ ଭିତରେ ଶୁଣାଣିକୁ ଶେଷ କରିବା ପାଇଁ ସମୟସୀମା ଧାର୍ଯ୍ୟ କରିଛନ୍ତି।
