ଆଗାମୀ ୨୪ ଘଣ୍ଟା ପ୍ରବଳ ବର୍ଷା !
ରାଜ୍ୟରେ ଦୁଇ ଦିନ ମଧ୍ୟରେ ପାଗରେ ପରିବର୍ତ୍ତନ ଆସିଛି । ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟର କ୍ଷେତ୍ର ଧୀରେ ଧୀରେ ସକ୍ରିୟ ହେବାରେ ଲାଗିଛି । ଫଳରେ ଆସନ୍ତା ୨୪ ଘଣ୍ଚାରେ ଏହା ଲଘୁଚାପରେ ପରିଣତ ହେବ । ତେବେ ଏଥିପାଇଁ ଆଜିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣ । ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ କୋରାପୁଟ, କଳାହାଣ୍ଡି, ମାଲକାନଗିରି ଏବଂ ନବରଙ୍ଗପୁରକୁ ସତର୍କତା ଜାରି କରାଯାଇଛି। ଏସବୁ ଜିଲ୍ଲାରେ ୭୦ରୁ ୨୦୦ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ।
ଏହା ସହ ଆସନ୍ତାକାଲି ୧୧ ଜିଲ୍ଲା, ୬ରେ ୧୩ଜିଲ୍ଲା ଏବଂ ୭ରେ ୧୬ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ସତର୍କତା ଜାରି କରାଯାଇଛି। । ବର୍ଷା ସମୟରେ ବଜ୍ରପାତ ବେଶୀ ହେବା ନେଇ ମଧ୍ୟ ସତର୍କ କରିଛି ପାଣିପାଗ କେନ୍ଦ୍ର । ଆସନ୍ତା ୧୧ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ।