ଆଜି ଆରମ୍ଭ ହେବ ରାଜ୍ୟସରକାରଙ୍କ ଲକ୍ଷ୍ମୀ ଯୋଜନା

ବଣ୍ଡାଘାଟିରୁ ଭୁବନେଶ୍ବର ଗଡିବ ଲକ୍ଷ୍ମୀ

ଆଜି ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଲକ୍ଷ୍ମୀ ଯୋଜନା । ଯେଉଁ ଯୋଜନାରେ ମାଲକାନଗିରିରୁ ଗଡିବ ବସ୍ । ପରିବହନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାଜିବ ଏହି ଯୋଜନା । ପ୍ରଥମ ପର୍ଯ୍ୟାୟରେ ମାଲକାନଗିରିର ବଣ୍ଡାଘାଟିରୁ ଗଡିବ ଏହି ବସ୍ । ମାଲକାନଗିରିରୁ ସିଧା ଭୁବନେଶ୍ବରକୁ ଯାତ୍ରା କରିବ ଲକ୍ଷ୍ମୀ । ସାଧାରଣ ଲୋକଙ୍କ ପାଇଁ ଏହି ଯୋଜନା ଅତ୍ୟନ୍ତ ଫଳପ୍ରଦ ହେବବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି । ତେବେ ଏହି ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଲକାନଗିରିର ବଣ୍ଡାଘାଟିରୁ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ନବୀନ ।

ନିଜେ ମାଲକାନଗିରି ଯାଇ ଲୋକାଭିମୁଖି ଯୋଜନାକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ । ଆଜିଠୁ ମାଲକାନାଗିରି, କୋରାପୁଟ, ରାୟଗଡ଼ା,ନବରଙ୍ଗପୁର, କଳାହାଣ୍ଡି, ଗଜପତି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାରେ ବସ ସେବା ଆରମ୍ଭ ହେବ। ପରବର୍ତ୍ତୀ ସମୟରେ ପୂରା ଓଡ଼ିଶାରେ ଏହା ଚଳାଚଳ କରିବ । ବିଶେଷକରି ଗ୍ରାମାଂଚଳ ଲୋକମାନେ ଯାତାୟତରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ତାହା ଉପରେ ଅଧିକ ଫୋକସ କରାଯାଇଛି । ଯାହାକୁ ନେଇ ଗ୍ରାମାଞ୍ଚଳରେ ଲୋକମାନଙ୍କ ମଧ୍ୟରେ ବେସ ଖୁସି ଏଖିବାକୁ ମିଳିଛି ।