ବସିବ ରାଜ୍ୟ କ୍ୟାବିନେଟ୍
ଆଜି ରାଜ୍ୟ କ୍ୟାବିନେଟ୍ । ସନ୍ଧ୍ୟା ୬ଟାରେ ବସିବ ବୈଠକ। ଆଜିର ବୈଠକରେ ରାଜ୍ୟ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଚିଠା ପ୍ରସ୍ତାବ ଉପରେ ମୋହର ବାଜିବାକୁ ଯାଉଛି । ୭ଟି ଉର୍ଦ୍ଧ୍ବ ପ୍ରସ୍ତାବ ଆସିବାକୁ ରହିଛି । ସେଥିମଧ୍ୟରେ ନିର୍ମାଣ ବିଭାଗର ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ରହିଥିବାବେଳେ ସ୍ବାସ୍ଥ୍ୟ, ଜଳସମ୍ପଦ, ରାଜସ୍ବ ଭଳି ଅନ୍ୟାନ୍ୟ ବିଭାଗର ପ୍ରସ୍ତାବ ରହିଛି । ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟସରକାର । ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମିଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଛି ।
