ମାତ୍ର ୬ ମିନିଟ ଚାଲିଲା ଗୃହ

ଚାଲିପାରୁନି ଗୃହ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଚାଲିପାରୁନି ଗୃହ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି । ବିଧାନସଭାରେ ଥମୁନି ଚାଷୀ ଝଡ଼ । ବିଧାନସଭା ବଜେଟ ଅଧିବେଶନ ଚତୁର୍ଥ ଦିନରେ ଆଜି ବି ଗୃହ ଆରମ୍ଭରୁ ହଟ୍ଟଗୋଳ । ମାତ୍ର ୬ ମିନିଟ ଚାଲିଲା ଗୃହ । ଚାଷୀ ସମସ୍ୟାକୁ ନେଇ ଗୃହରେ ବିରୋଧୀଙ୍କ ହୋହଲ୍ଲା ଓ ନାରାବାଜି । ଗୃହର ମଧ୍ୟଭାଗକୁ ଆସି ବ୍ୟାନର ଓ ପ୍ଲାକାର୍ଡ ଦେଖାଇ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ । କଂଗ୍ରେସ ବିଧାୟକ ମାନେ କଳାପଟି ବାନ୍ଧି ପ୍ରତିବାଦ କରିଛନ୍ତିମ । ପ୍ରବଳ ହଟ୍ଟଗୋଳ ଯୋଗୁ ଦିନ ୧୧ଟା ୩୦ ପରେ ୧୨ଟା ଏବଂ ତାପରେ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି।

Leave a Reply

Your email address will not be published. Required fields are marked *