ପ୍ରଚଣ୍ଡ ଘଡ଼ଘଡ଼ି ଓ ବିଜୁଳି ଶବ୍ଦରେ ଖସିପଡିଲା ଦଧିନଉତି

ରାଜଧାନୀ ସ୍ଥିତ ଶିବାଳୟରେ ଅଘଟଣ। ପ୍ରଚଣ୍ଡ ଘଡ଼ଘଡ଼ି ଓ ବିଜୁଳି ଶବ୍ଦରେ ଖସିପଡିଲା ରାମେଶ୍ଵର ମନ୍ଦିରର ଦଧିନଉତି । ପ୍ରାୟ ୬୦ଫୁଟ୍ ତଳକୁ ଖସି ପଡିଛି ଏହି ଦଧିନଉତି । ଆଜି ହେଉଥିବା ବର୍ଷା ସମୟରେ ପ୍ରଚଣ୍ଡ ବେଗରେ ଘଡ଼ଘଡ଼ି ବିଜୁଳି ମରିଥିଲା , ଯାହା ସିଧା ସଳଖ ରାମେଶ୍ଵର ମନ୍ଦିରର ଦଧିନଉତିକୁ ମାଡ କଇଥିଲା। ଫଳରେ ଏହି ଦଧିନଉତି ଟି ତଳକୁ ପ୍ରାୟ ୬୦ଫୁଟ ଖସି ପଡିଥିଲା । ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଦଧିନଉତି ଖସି ପଡିଛି ।

ଉପସ୍ଥିତ ଥିବା ବ୍ରହ୍ମଣ ଓ ପୂଜା କରିବାକୁ ଆସିଥିବା ଲୋକମାନେ ମନ୍ଦିରରେ ଥିବା ସମୟରେ ଘଟିଥିଲା ଅଘଟଣ । ଭୟଭୀତ ହୋଇପଡ଼ିଥିଲେ ଲୋକେ । ମନ୍ଦିରରେ କୌଣସି ଫାଟ ଥାଇପାରେ ବୋଲି ଅନୁମାନ କରାଯାଉଥିବା କହିଛନ୍ତି ରକ୍ଷଣବେକ୍ଷଣ ଦାୟିତ୍ୱରେ ଥିବା ଅଫିସର । ତେବେ ଏନେଇ ତଦନ୍ତ କାଇବାକୁ ଦାବି କରିଛନ୍ତି ସ୍ଥାନୀୟ ପୂଜକ ତଥା ସାଧାରଣ ଲୋକ।