ଆପଣଙ୍କ ପିଲାକୁ ମୋବାଇଲ ଅଭ୍ଯାସ କରୁଥିଲେ ସାବଧାନ !
ଆଜିକାଲିର ପିଲା ମୋବାଇଲ ପାଇଁ ପୁରା ପାଗଳ ପ୍ରାୟ । ମୋବାଇଲ ନଧରିଲେ କାମ କରିବାକୁ ବୁଝୁନି ସେମାନଙ୍କ ମନ । ଯଦି ଆପଣ ତାଙ୍କୁ ମୋବାଇଲ ନଦେଉଛନ୍ତି ତାହେଲେ ସଙ୍ଗେସଙ୍ଗେ ରାଗି ମଧ୍ୟ ଯାଉଛନ୍ତି। ଖାଲି ରାଗୁନାହାନ୍ତି ବରଂ ନେଉଛନ୍ତି ଚରମ ନିଷ୍ପତ୍ତି । ସ୍କୁଲରୁ ଫେରି ଘରେ ମୋବାଇଲ ଦେଖୁଥିଲା ପୁଅ। ମା’ ମୋବାଇଲ ଧରିବାକୁ ବାରଣ କରିବାରୁ ପୁଅ ନେଲା ଚରମ ନିଷ୍ପତ୍ତି ଆଉ ପିଇ ଦେଲା ବିଷ । ଏପରି ଅଭାବନୀୟ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବରଦାପାଳ ଗାଁରେ।
ନାବାଳକ ଜଣଙ୍କ ଅଷ୍ଟମ ଶ୍ରେଣୀର ଛାତ୍ର ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଗତକାଲି ସ୍କଲରୁ ଫେରି ପୁଅ ମୋବାଇଲ ଦେଖୁଥିଲା। କାହିଁକି ମୋବାଇଲ ଦେଖୁଛୁ, ପାଠ ପଢ଼ ବୋଲି ମା’ ତାଗିଦ କରିଥିଲେ। ଏଥିପାଇଁ ପୁଅ ରାଗିଯାଇ ବିଷ ପିଇ ଦେଇଥିଲା। ପରିବାର ଲୋକେ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ପିଲାଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଏଭଳି ଘଟଣା ନେଇ ଏବେ ଚିନ୍ତାରେ ଅଭିଭାବକ ।