କାଳବୈଶାଖୀ ପ୍ରଭାବ କମିଲା, ଆରମ୍ଭ ହେଲା ଗ୍ରୀଷ୍ମ ପ୍ରକୋପ

ଆଗାମୀ ୫ଦିନ ଯାଏ ଜାଳିବ ଖରା

କାଳବୈଶାଖୀ ପ୍ରଭାବ କମିଲା । ଆରମ୍ଭ ହେଲା ଗ୍ରୀଷ୍ମ ପ୍ରକୋପ । କଲବଲ କରିବା ଆରମ୍ଭ କଲା ତାତି। ଆଗାମୀ ୫ଦିନ ଯାଏ ଜାଳିବ ଖରା । ୧୭ ତାରିଖ ଯାଏ କଲବଲ କରିବ ତାତି ଏବଂ ଗୁଳୁଗୁଳି । ଆଜି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଭୀଷଣ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ । ଆସନ୍ତାକାଲିଠୁ ଆହୁରି ତାତି ବଢିବ । ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହିବ । ୧୩ ଓ ୧୪ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହୋଇପାରେ । ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଜିଲ୍ଲାରେ ୪୫ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିପାରେ ତାପମାତ୍ରା । ସେହିପରି ବଲାଙ୍ଗୀର ଜିଲ୍ଲାରେ ୪୬ ଡିଗ୍ରି ତାତି ଅନୁଭୂତ ହେବାର ସମ୍ଭାବନା ରହିଛି । ଉପକୂଳର କିଛି ଜିଲ୍ଲାରେ ମଧ୍ୟ ୪୦ ଡିଗ୍ରି ପର୍ଯ୍ୟନ୍ତ ତାତି ପହଞ୍ଚିପାରେ ।

Leave a Reply

Your email address will not be published. Required fields are marked *