ଆଉ ମନଇଛା ବାଲି ଉଠାଇ ପାରିବେ ନାହିଁ

ବାଲି ଖାଦାନ ପାଇଁ SOP

ଆଉ ମନଇଛା ବାଲି ଉଠାଇ ପାରିବେ ନାହିଁ । ଏଥିପାଇଁ ସରକାର ଆଣିଛନ୍ତି ଏସଓପି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରତି ଜିଲ୍ଲାରେ ଗଠନ ହେବ ସ୍ବତନ୍ତ୍ର କମିଟି। ସଦସ୍ୟ ରହିବେ ଉପଜିଲ୍ଲାପାଳ, ଏସ୍‌ପି, ଡିଏଫଓ, ଜିଲ୍ଲା ଉନ୍ନୟନ ଅଧିକାରୀ। ରାଜସ୍ବ ବିଭାଗ ଏଡିଏମ୍, ଜିଲ୍ଲା ଖଣି ଅଧିକାରୀ ମଧ୍ୟ କମିଟିର ସଦସ୍ୟ ରହିବେ। ୨ ବିଡିଓ ଓ ୨ ତହସିଲଦାର ବି ସଦସ୍ୟ ରହିବେ। କମିଟିର ଆବାହକ ରହିବେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ। ଆବଶ୍ୟକତାକୁ ଦୃଷ୍ଟିରେ ରଖି ବାଲି ଉଠାଣ ନେଇ ଖାଦାନ ନିର୍ଦ୍ଧାରଣ କରିବ କମିଟି। OMMC ୨୦୧୬ ନିୟମ ଅନୁଯାୟୀ ୫ ବର୍ଷ ପାଇଁ ବାଲି ଖାଦାନ ପ୍ରକ୍ରିୟା ବିଡିଓଙ୍କ ଅଧୀନରେ ହେବ । ମାଇନିଂ ପ୍ଲାନ୍ ପ୍ରସ୍ତୁତ ପାଇଁ ବିଡିଓଙ୍କୁ ସାହାଯ୍ୟ କରିବେ ଜିଲ୍ଲା ଖଣି ଅଧିକାରୀ। ବାଲି ଉଠାଣ ପାଇଁ ସର୍ଭେ କରାଯାଇ ସୀମା ନିର୍ଦ୍ଧାରଣ କରାଯିବ। ପଞ୍ଚାୟତ ସ୍ତରରେ ଗଠନ ହେବ ପଞ୍ଚାୟତ କମିଟି । ସରପଞ୍ଚଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସ୍ତରୀୟ କମିଟି ଗଠନ ହେବ। ବାଲି ଉଠାଣ ନେଇ ଲିଜ୍‌ଧାରୀଙ୍କ ଉପରେ ନଜର ରଖିବ ପଞ୍ଚାୟତ କମିଟି। ବାଲି ଉଠାଣର ରେଜିଷ୍ଟର ବ୍ୟବହାର କରାଯିବ। ସୁରକ୍ଷାକର୍ମୀ ଖାଦାନକୁ ଜଗିବେ। ନିର୍ମାଣ କାମକୁ ଦେଖି କେତେ ବାଲି ଆବଶ୍ୟକତା ରହିଛି ବିଡିଓ ନିର୍ଦ୍ଧାରଣ କରିବେ। ବାଲି ଚୋରି ରୋକିବାକୁ ତହସିଲଦାରଙ୍କ ଅଧୀନରେ ଏକ ଟିମ୍ କାମ କରିବ। ଚୋରି ରୋକିବାକୁ ପ୍ରତ୍ୟେକ ବାଲିଘାଟରେ ସିସିଟିଭି ଲାଗିବ।