ଉପରମୁଣ୍ଡରେ ପ୍ରବଳ ବର୍ଷା, ତଳିଆ ଅଞ୍ଚଳକୁ ବନ୍ୟା ଭୟ !
ରାଜ୍ୟରେ ଲଗାଣ ବର୍ଷା ଭଲ କରୁଛି ଜନଜୀବନ । ତେବେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲିବାରେ ଲାଗିଛି ହୀରାକୁଦ ଜଳସ୍ତର । ଯାହାକୁ ରୁଷ୍ଟିରେ ରଖି ହିରାକୁଦରୁ ବନ୍ୟାଜଳକୁ ନିଷ୍କାସିତ କରାଯାଉଛି । ତେବେ ଏହି ନିଷ୍କାସନ ଫଳରେ ତଳିଆ ଅଞ୍ଚଳ ଏବେ ଉବୁଟୁବୁ ହେବାରେ ଲାଗିଛି । ହୀରାକୁଦ ଗେଟ୍ ଖୋଲିବା ପରେ ଫୁଲୁଛି ମହାନଦୀ। ମହାନଦୀର ଜଳସ୍ତର ଏବେ ଧିରେଧିରେ ଉଛୁଳିବାରେ ଲାଗିଛି ।ସୂଚନା ଅନୁସାରେ ବର୍ତ୍ତମାନ ମୁଣ୍ଡଳୀ ବ୍ୟାରେଜ ଦେଇ ୬ ଲକ୍ଷ ୬ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ମହାନଦୀର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି। ଅନ୍ୟପଟେ ମୁଣ୍ଡଳୀରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ। ଖାଲି ସେତିକି ନୁହେଁ ମା’ ଭଟ୍ଟାରିକାଙ୍କ ମନ୍ଦିର ଭିତରେ ପଶିଛି ମହାନଦୀର ଦ୍ବିତୀୟ ବନ୍ୟାଜଳ। ତେବେ ଲଗାଣ ବର୍ଷା ଯୋଗୁଁ ବନ୍ୟାର ଆଶଙ୍କା କରିବା ସହ ଲୋକେ ଆତଙ୍କିତ ହୋଇଥିବା ଦେଖିବାକୁ ମିଳିଛି ।
