ସାର୍ବଜନୀନ ହେବ ନାହିଁ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ରିପୋର୍ଟ
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଏକ ବଡ ଖବର ସାମ୍ନାକୁ ଆସିଛି । ହାଇକୋର୍ଟରେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି ।ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ରିପୋର୍ଟ ସାର୍ବଜନୀନ ହେବ ନାହିଁ । ଏହା ସତ୍ୟପାଠରେ ଉଲ୍ଲେଖ ରହିଛି । ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ଦାୟିତ୍ୱରେ ଥିଲେ ଜଷ୍ଟିସ୍ ରଘୁବୀର ଦାସ। ତଦନ୍ତ ଶେଷ ପରେ ରାଜ୍ୟ ସରକାରଙ୍କୁ କମିଶନ ରିପୋର୍ଟ ଦେଇ ସାରିଛନ୍ତି । ମାର୍ଚ୍ଚ ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।
