ଖୋଲିଲା ଶ୍ରୀମନ୍ଦିର ରହସ୍ୟମୟ ରତ୍ନଭଣ୍ଡାର

ଖୋଲିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର

ଖୋଲିଲା ଶ୍ରୀମନ୍ଦିର ରହସ୍ୟମୟ ରତ୍ନଭଣ୍ଡାର । ୫ ଦଶନ୍ଧି ପ୍ରତୀକ୍ଷାର ଘଟିଲା ଅନ୍ତ । ଯାହା ଜାଣିବାକୁ ଅନେଇ ବସିଛନ୍ତି ହଜାର ହଜାର ଜଗନ୍ନାଥ ପ୍ରେମୀ, ଆଜି ସେହି ଦିନ ଆସି ପହଞ୍ଚିଛି । ପୂର୍ବ ନିର୍ଦ୍ଧାରିତ ସମୟ ଦିନ ୧ଟା ୨୮ରେ ଖୋଲିଛି ରତ୍ନଭଣ୍ଡାର । ପ୍ରଥମେ ବାହାର ରତ୍ନ ଭଣ୍ଡାର ଖୋଲା ଯାଇଥିବା ସୂଚନା ମିଳିଛି । ରତ୍ନ ଭଣ୍ତାର ଖୋଲିବା ପାଇଁ ମୋଟ୍ ୧୧ଜଣ ସଦସ୍ୟ ଭିତରକୁ ଯାଇଛନ୍ତି । ୧ଟା ୨୮ରେ ଶୁଭ ମୁହୂର୍ତ୍ତ ନିର୍ଦ୍ଧାରିତ ହୋଇଥିଲା । ଠିକ୍ ସେହି ମୂହୁର୍ତ୍ତରେ ହିଁ ଖୋଲିଛି ମହାପ୍ରଭୁଙ୍କର ରତ୍ନଭଣ୍ଡାର । ଏହି କାର୍ଯ୍ୟକ୍ରମ ପାଇଁ ମଧ୍ୟାହ୍ନ ୧୨ଟା ପରେ ମନ୍ଦିର ନ ଆସିବାକୁ ଅନୁରୋଧ କରାଯାଇଥିଲା ।

Leave a Reply

Your email address will not be published. Required fields are marked *