ଆଜି ମହାକୁମ୍ଭରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ

ମହାକୁମ୍ଭରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ

ମାଘ ଅଷ୍ଟମୀରେ ମହାକୁମ୍ଭରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ । ସକାଳ ପ୍ରାୟ ୧୦ଟାରେ ମୋଦି ପ୍ରୟାଗରାଜ ଏୟାରପୋର୍ଟରେ ପହଞ୍ଚିବେ। ଏହାପରେ ସେଠାରୁ ସେ ଡିପିଏସ୍ ହେଲିପ୍ୟାଡ୍ ଯିବେ । ସକାଳ ୧୦ଟା ୪୫ ମିନିଟରେ ମୋଦି ଅରେଲ ଘାଟରେ ପହଞ୍ଚିବେ । ଅରେଲ ଘାଟରେ ଡଙ୍ଗାରେ ବସି ମହାକୁମ୍ଭ ସଙ୍ଗମ ସ୍ଥଳକୁ ଯିବେ ପ୍ରଧାନମନ୍ତ୍ରୀ । ପୂର୍ବାହ୍ନ ୧୧ଟା ବେଳେ ଗଙ୍ଗା, ଯମୁନା, ସରସ୍ବତୀ ନଦୀର ସଙ୍ଗମ ସ୍ଥଳରେ ବୁଡ଼ ପକାଇବେ । ଏନେଇ ପିଏମଓ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ମହାକୁମ୍ଭରେ ଦଳାଚକଟା ଅଘଟଣକୁ ନେଇ ବିବାଦ ଲାଗି ରହିଥିବା ବେଳେ ମୋଦି ବୁଡ଼ ପକାଇବାକୁ ଯାଉଥିବା ବେଶ ଗୁରୁତ୍ବପୂର୍ଣ୍ଣ ।ସେହିପରି ମହାକୁମ୍ଭ ମେଳାରେ ସକାଳ ୧୧ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ସମୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ସଂରକ୍ଷିତ ରହିଛି । ସଙ୍ଗମରେ ବୁଡ଼ ପକାଇବା ପରେ ପିଏମ୍ ମୋଦି ୧୧ଟା ୪୫ରେ ଡଙ୍ଗାରେ ବସି ଅରେଲ ଘାଟ ଫେରିବେ । ଏଠାରୁ ସେ ଡିପିଏସ୍ ହେଲିପ୍ୟାଡ୍ ହୋଇ ପ୍ରୟାଗରାଜ ଏୟାରପୋର୍ଟରେ ପହଞ୍ଚିବେ । ପ୍ରଧାନମନ୍ତ୍ରୀ ଦ୍ୱିପ୍ରହର ୧୨ଟା ୩୦ରେ ବାୟୁସେନାର ବିମାନ ଯୋଗେ ପ୍ରୟାଗରାଜରୁ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।