ଜନ୍ମ ଜୟନ୍ତୀରେ ଲୌହମାନବଙ୍କୁ ଦେଶବ୍ୟାପୀ ଶ୍ରଦ୍ଧାଞ୍ଜଳୀ
ଜନ୍ମ ଜୟନ୍ତୀରେ ଲୌହମାନବଙ୍କୁ ଦେଶବ୍ୟାପୀ ଶ୍ରଦ୍ଧାଞ୍ଜଳୀ । ଜନ୍ମ ଜୟନ୍ତୀରେ ଦେଶର ପ୍ରଥମ ଗୃହମନ୍ତ୍ରୀ ତଥା ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ମନେ ପକାଉଛି ସାରା ଦେଶ। ପ୍ରତିବର୍ଷ ୩୧ ଅକ୍ଟୋବରରେ ଭାରତରେ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ସର୍ଦ୍ଦାର ସରୋବର ଡ୍ୟାମ୍ ପାଖରେ ନିର୍ମିତ ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଯାଇ ଲୌହ ମାନବଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । କାର୍ୟ୍ୟକ୍ରମରେ ଭବ୍ୟ ପରେଡର ଆୟୋଜିତ କରାଯାଇଛି । ସ୍ୱାଧୀନତା ସମୟରେ ଭାରତର ରାଜ୍ୟ ମାନଙ୍କୁ ଏକାଠି କରିବାରେ ପଟେଲଙ୍କ ଅବଦାନ ଅତୁଳନୀୟ ଥିଲା । ସେଥିପାଇଁ ତାଙ୍କୁ ଲୌହ ମାନବ ଉପାଧିରେ ଭୂଷିତ କରାଯାଇଥିଲା। ତାଙ୍କ ସ୍ମୃତିରେ ୨୦୧୪ ମସିହାରୁ ପ୍ରତିବର୍ଷ ପଟେଲ ଜୟନ୍ତୀକୁ ଦେଶ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରିଆସୁଛି । ପଟେଲଙ୍କ ଜନ୍ମ ଜୟନ୍ତୀରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଏନଏସଜିର ହେଲ୍ ମାର୍ଚ ଦଳ, ବିଏସଏଫ ଓ ସିଆରପିଏଫ ମହିଳା ଓ ପୁରୁଷ ବାଇକ୍ ଆରୋହୀଙ୍କ ଡେୟାରଡେଭିଲ୍ ସୋ, ଭାରତୀୟ ବାୟୁସେନା ଦ୍ୱାରା ‘ସୂର୍ଯ୍ୟ କିରଣ’ ଫ୍ଲାଇପାଷ୍ଟ ଦେଖିବାକୁ ମିଳିଛି ।