ଇତିହାସ ରଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

‘ପ୍ରଚଣ୍ଡ’ରେ ଉଡ଼ାଣ ଭରିଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଜସ୍ଥାନର ଜୈସଲମେରଠାରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଯୁଦ୍ଧ ହେଲିକପ୍ଟର ‘ପ୍ରଚଣ୍ଡ’ରେ ଏକ ସଫଳ ଉଡ଼ାଣ କରିଛନ୍ତି। ଏହି ଐତିହାସିକ ଉଡ଼ାଣ ସହ ସେ ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ ‘ପ୍ରଚଣ୍ଡ’ ହେଲିକପ୍ଟରରେ ଉଡ଼ିବାର ଗୌରବ ଅର୍ଜନ କରିଛନ୍ତି। ଜୈସଲମେର ବାୟୁସେନା ଷ୍ଟେସନରୁ ୨୫ ମିନିଟ୍ ପାଇଁ ଆକାଶରେ ମାର୍ଗଦର୍ଶନ କରିଥିଲେ। ସେ କୋ-ପାଇଲଟ୍ ଆସନରେ ବସିଥିବା ବେଳେ ଗ୍ରୁପ୍ କ୍ୟାପଟେନ ଏନ.ଏସ. ବହୁଆ ଏହାକୁ ଚଳାଉଥିଲେ। ସ୍ୱଦେଶୀ ପ୍ରତିରକ୍ଷା ଶକ୍ତିର ପ୍ରଦର୍ଶନ ଏବଂ ବାୟୁସେନାର ମନୋବଳ ବଢ଼ାଇବା ପାଇଁ ସେ ଏହି ଉଡ଼ାଣ କରିଥିଲେ। ଏହି ସମୟରେ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଏପି ସିଂ ମଧ୍ୟ ଅନ୍ୟ ଏକ ହେଲିକପ୍ଟରରେ ସାଙ୍ଗରେ ଥିଲେ।ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁଖୋଇ-୩୦ MKI ଏବଂ ରାଫେଲ ଯୁଦ୍ଧ ବିମାନରେ ମଧ୍ୟ ଉଡ଼ାଣ କରିସାରିଛନ୍ତି । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍, ହାଲ ଦ୍ୱାରା ନିର୍ମିତ ଏହି ‘ପ୍ରଚଣ୍ଡ’ ହେଲିକପ୍ଟର ବିଶ୍ୱର ଏକମାତ୍ର ଆଟାକ ହେଲିକପ୍ଟର ଯାହା ୫,୦୦୦ ମିଟରରୁ ଅଧିକ ଉଚ୍ଚତାରେ ଅବତରଣ ଓ ଉଡ଼ାଣ କରିପାରେ।ଆଜି ଅନୁଷ୍ଠିତ ହେବାକୁ ଥିବା ‘ବାୟୁ ଶକ୍ତି’ ଅଭ୍ୟାସରେ ଯୋଗଦେବେ ।

Leave a Reply

Your email address will not be published. Required fields are marked *