ଚଡ଼ି ଗ୍ୟାଙ୍ଗକୁ ମାଡିବସିଲା ପୋଲିସ !

ରାଜଧାନୀରେ ମାତିଛନ୍ତି ଚଡ଼ି ଗ୍ୟାଙ୍ଗ। ଦୀର୍ଘଦିନ ଧରି ପୋଲିସ ଆଖିରେ ଧୂଳି ଦେଇ କରୁଥିଲେ ଲୁଟ୍। ହେଲେ ଏମାନଙ୍କୁ ଧରିବାକୁ ପୋଲିସ ବିଛାଇଥିଲା ଇନ୍ଦ୍ରଜାଲ। ଆଉ ଅପେକ୍ଷା କରିଥିଲା ପୁରା ସୁଯୋଗକୁ, ସୁଯୋଗ ପାଉ ପାଉ ମାଡିବସିଲା ପୋଲିସ। ଆଉ କମିଶନରେଟ ପୋଲିସ କୁ ମିଳିଲା ବଡ଼ ସଫଳତା। ସ୍ପେଶାଲ ସ୍କ୍ୱାର୍ଡ ହାତରେ ଧରା ପଡିଛନ୍ତି 11 ଆନ୍ତରାଜ୍ୟ ଲୁଟେରା।

ଏମାନେ ଦୀର୍ଘ ଦିନ ଧରି ରାତିରେ ଚଡ଼ି ଗଞ୍ଜି ପିନ୍ଧି ଘରେ ପଶୁଥିଲେ ଆଉ ଲୁଟ କରୁଥିଲେ। ଗୋଟେ ରାତିରେ ଦୁଇ ରୁ ତିନୋଟି ଘରେ ଲୁଟ କରୁଥିଲେ। ଅନ୍ତ ବସ୍ତ୍ର ପିନ୍ଧି ଲୁଟ କରନ୍ତି,କାରଣ ସେମାନେ କଣ ପିନ୍ଧିଥିଲେ କେହି ଜାଣି ପାରିବେନି ବା ମନେ ରଖି ପାରିବେନି।ତେବେ ସ୍ପେଶାଲ ସ୍କ୍ୱାର୍ଡ ଓ ଧଉଳି ଥାନା ପୋଲିସ ହାତରେ ଧରା ପଡିଛନ୍ତି ଏହି ଗ୍ୟାଙ୍ଗ। ଧଉଳି ଅଞ୍ଚଳରୁ ଏହି ଗ୍ୟାଙ୍ଗକୁ ଧରାଯାଇଥିବା ବେଳେ ତାଙ୍କ ନିକଟରୁ ଜବତ ହୋଇଛି ଅନେକ ମାରଣାସ୍ତ୍ର। ତେବେ ସୂଚନା ଅନୁଯାୟୀ ସାରା ଦେଶରେ ଲୁଟ କରୁଛନ୍ତି ଏହି ଆନ୍ତ ରାଜ୍ୟ ଲୁଟେରା, ଜାମସେଦପୁର ଓ ଦିଲ୍ଲୀ ରୁ ଲୋକ ଆସି ଲୁଟ ସାମଗ୍ରୀ ନିଅନ୍ତି, ଏବଂ ବିଭିନ୍ନ ଥାନାରେ ଏମାନଙ୍କ ନା ରେ ରହିଛି ପୁଳା ପୁଳା ମାମଲା।