ବସରୁ ହର୍ନ କାଢି ନେଉଛି ପୋଲିସ
ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ବସରେ ବିକଟାଳ ହର୍ନ ଲଗାଉଥିବା ଗାଡ଼ିରୁ ହର୍ନ କାଢ଼ିବା ସହ ଫାଇନ କାଟୁଛି ଟ୍ରାଫିକ ପୋଲିସ। ଆରଟିଓ ସହଯୋଗରେ ଚେକିଂ ଚଳାଇଛି ଟ୍ରାଫିକ ପୋଲିସ। ଭୁବନେଶ୍ଵରର ବାଣୀ ବିହାର ଛକରେ ଚାଲିଛି ଚେକିଂ । ଟ୍ରାଫିକ ନିୟମ ମାନୁ ନ ଥିବା ବସ୍ ବିରୋଧରେ କାର୍ୟ୍ୟାନୁଷ୍ଠାନ ସହ ଫାଇନ କଟାଯାଉଛି। ଦିନକ ଆଗରୁ ଭୁବନେଶ୍ଵରରେ ବାଇକର ସାଇଲେନସର୍ ଚେକିଂ ବି ହୋଇଥିଲା। ବିଟଟାଳ ଶବ୍ଦ କରୁଥିବା ବାଇକରୁ ଏପରି ସାଇଲେନସର୍ କୁ କାଢ଼ି ନିଆଯାଉଥିଲା। ଫାଇନ ବି କଟାଯାଇଥିଲା । ସାଇଲେନସର୍ ପରେ ଏବେ ହର୍ନ ର ପାଳି। ଜୋରରେ ଓ ବିକଟାଳ ଶବ୍ଦ କରୁଥିବା ହର୍ନ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଉଛି। ସେଥିପାଇଁ ବିକଟାଳ ଶଦ୍ଧ ଓ ସ୍ପିଡ ବାଇକ ଚଲାଉଥିଲେ ହୁସିଆର । ଆକ୍ସନ ମୋଡରେ ବର୍ତ୍ତମାନ କମିଶନରେଟ ପୋଲିସ । ଛକ ଛକରେ ଜଗଛି ପୋଲିସ୍ । ଯେଉଁ ଗାଡି ଗୁଡିକରେ ବିକଟାଳ ହର୍ଣ୍ଣ ବାଜୁଛି, ସେହି ଗାଡି ମାଲିକଙ୍କଠାରୁ ଆଦାୟ କରାଯାଉଛି ଜରିମାନା ।
