ଡିସେମ୍ବର ୧୫ ସୁଦ୍ଧା ମିଳିବ ଆଡମିଟ୍ କାର୍ଡ

ଫେବ୍ରୁଆରୀ ୧୫ରୁ ୨୫ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା

ଆସନ୍ତା ଫେବ୍ରୁଆରି ମାସରେ ହେବ ଯୁକ୍ତ ଦୁଇ ପରୀକ୍ଷା । ଫେବ୍ରୁଆରି ମାସ ୧୫ ତାରିଖରୁ ୨୫ ତାରିଖ ଭିତରେ ଯୁକ୍ତ ଦୁଇ ପରୀକ୍ଷା ହେବ । ଏଥିପାଇଁ ଡିସେମ୍ବର ୧୫ ସୁଦ୍ଧା ମିଳିବ ଆଡମିଟ୍ କାର୍ଡ ।ତେବେ ମିଳିଥିବା ସୂଚନା ମୁତାବକ, ଇଣ୍ଟରନାଲ ପରୀକ୍ଷା ଡ଼ିସେମ୍ବର ୨୨ରୁ ୩୧ ଭିତରେ ହେବ । ଯେଉଁମାନେ ଏହି ସମୟରେ ଇଣ୍ଟରନାଲ ଦେଇପାରିବେ ନାହିଁ, ସେମାନେ ଜାନୁଆରୀ ୧୦ରୁ ୧୫ ଭିତରେ ଇଣ୍ଟରନାଲ ପରୀକ୍ଷା ଦେବା ପାଇଁ ଆଉ ଏକ ସୁଯୋଗ ପାଇବେ । ଜାନୁଆରୀ ୨ ରୁ ୧୫ ଯାଏଁ ହେବ ପ୍ରାକ୍ଟିକାଲ ପରୀକ୍ଷା । ଏକ୍ସ ରେଗୁଲାର ଫର୍ମ ଫିଲ ଅପ ଅକ୍ଟୋବର ୧୩ ରୁ ନଭେମ୍ବର ୨୨ ଯାଏଁ ଚାଲିବ ।ସେହିପରି ଆସନ୍ତା ଅକ୍ଟୋବର ୨୦ ରୁ ନଭେମ୍ବର ୨୨ ଯାଏଁ ରେଗୁଲାର ପିଲାଙ୍କ ଫର୍ମ ଫିଲଅପ ଚାଲିବ। ନଭେମ୍ବର ୨୯ ସୁଦ୍ଧା ପରୀକ୍ଷା ସେଣ୍ଟରରେ ଲାଗିବ ସିସିଟିଭି କ୍ୟାମେରା । ଏଥର ନୂଆ ୮୯ ପରୀକ୍ଷା ସେଣ୍ଟର ଅପଗ୍ରେଡ଼ ସ୍କୁଲରେ ହେବ। ସମୁଦାୟ ୧୩୪୯ ସେଣ୍ଟରରେ ହେବ ଯୁକ୍ତ ଦୁଇ ପରୀକ୍ଷା । ଏଥର ନୂଆ କରି ପ୍ରୋଭିଜନାଲ ସାର୍ଟିଫିକେଟକୁ ଡିଜିଟାଲ କରାଯିବ ।

Leave a Reply

Your email address will not be published. Required fields are marked *