ମଝି ଆକାଶରୁ ଫେରି ଆସିଲା ବିମାନ !

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭୁବନେଶ୍ଵରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ !

ମଝି ଅକାଶରେ ଖରାପ ହୋଇଗଲା ଭୁବନେଶ୍ବରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ । ପୁଣି ଫେରି ଆସି କଲା ଜରୁରୀ ଅବତରଣ । ଏଭଳି ଘଟଣା ଏଖିବାକୁ ମିଳିଛି ଭୁବନେଶ୍ବର ବିମାନ ବନ୍ଦରରେ । ସୂଚନା ଅନୁଯାୟୀ ଆଜି ସକାଳ ୭ଟା ୫୦ରେ ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ପାଇଁ ଉଡ଼ିଥିଲା ଇଣ୍ଡିଗୋର 6E 2065 ବିମାନ । ତେବେ ଉଡ଼ାଣ କରିବାର ୨୫ ମିନିଟ୍‌ ଭିତରେ ‌ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଯାତ୍ରୀଙ୍କୁ ସତର୍କ କରାଇ ବିମାନ ଫେରାଇ ଆଣିଲେ ପାଇଲଟ ।

ମଝି ଆକାଶରୁ ଫେରି ଆସିଲା ବିମାନା ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କଲା ଭୁବନେଶ୍ୱର-ନୂଆଦିଲ୍ଲୀ ଇଣ୍ଡିଗୋ ବିମାନ। ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ଏହି ଇଣ୍ଡିଗୋ 6E 2065 ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଅବତରଣ ପରେ ବିମାନର ଯାନ୍ତ୍ରିକ ତ୍ରୁଟିକୁ ଯାଞ୍ଚ୍‌ କରାଯାଇଥିବା ବେଳେ ଡିଜିସିଏ ଅନୁମତି ପରେ ପୁଣି ଉଡାଣ ଭରିବ ବିମାନ । ତେବେ ଏହି ଘଟଣା ପରେ ଯାତ୍ରୀମାନେ ବିଚଳିତ ହୋଇପଡିଥିବା ଦେଖିବାକୁ ମିଳିଛି ।