ପୋଲ ତଳକୁ ଝୁଲି ପଡିଲା ଯାତ୍ରୀବାହୀ ବସ୍‌ !

ବାଙ୍କୀ ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜରେ ବସ୍‌ ଦୁର୍ଘଟଣା !

ଭୟଙ୍କର ବସ୍‌ ଦୁର୍ଘଟଣା । ବ୍ରିଜ ମଝିରେ ନଦୀ ମଝିକୁ ଝୁଲିପଡିଲା ଯାତ୍ରୀବାହୀ ବସ୍‌ । ଏଭଳି ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜରେ ।ସୂଚନା ଅନୁସାରେ ଏକ ଯାତ୍ରୀବାହୀ ବସ୍‌ ବ୍ରିଜ୍‌ର ସାଇଡ୍‌ ୱାଲ୍‌କୁ ଧକ୍କା ଦେଇ ଆଗକୁ ମାଡ଼ି ଯାଇଥିଲା। ତେବେ ବସ୍‌ଟି ମହାନଦୀରେ ପଡ଼ି ନଥିଲା। ବସ୍‌ଟି ବ୍ରିଜ୍‌ ଉପରେ ଝୁଲି ରହିଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ତେବେ ବସ୍‌ଟି ଅନୁଗୁଳରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

କେମିତି ଏଭଳି ଏକ ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ। କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲେ ବି ୧୦ରୁ ଅଧିକ ଯାତ୍ରୀ ଆହାତ ହୋଇଛନ୍ତି । ଗାଡିର କାଚ ଓ ଜରୁରୀ ଦ୍ୱାର ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି । ହେଲେ ଦୁର୍ଘଟଣାର କାରଣ ଜଣାପଡିନାହିଁ । କାହିଁକି ଏତେ ବଡ ଦୁର୍ଘଟଣା ହେଲା ତାହାର ତଦନ୍ତ ଚାଲିଛି ।