ଦଳର ନିଷ୍ପତ୍ତି ଅନୁସାରେ ଟିକେଟ ବଣ୍ଟନ ହେବ: ନୃସିଂହ ସାହୁ

‘ଠିକ ସମୟରେ ପ୍ରାର୍ଥୀ ଘୋଷଣା ହେବ’

ରାଜ୍ୟରେ ପ୍ରାର୍ଥୀ ତାଲିକା ପ୍ରସ୍ତୁତି ପାଇଁ ବିଜେପି ଘନଘନ ବୈଠକ କରୁଥିବାବେଳେ ବିଜେଡି ନେତା ନିଜ ଦଳର ପ୍ରାର୍ଥୀ ତାଲିକା ନେଇ ମତ ରଖିଛନ୍ତି । ଠିକ୍ ସମୟରେ ପ୍ରାର୍ଥୀ ଘୋଷଣା ନେଇ ନିଷ୍ପତ୍ତି ନେବ ବିଜେଡି । ଦଳର ନିଷ୍ପତ୍ତି ଅନୁସାରେ ଟିକେଟ ବଣ୍ଟନ କରାଯିବ । ୧୪୭ ବିଧାନସଭା ଓ ୨୧ ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରସ୍ତୁତ ଅଛି ବୋଲି କହିଛନ୍ତି ବିଧାୟକ ନୃସିଂହ ସାହୁ । ୨୦୧୯ ନିର୍ବାଚନ ଜିତିବା ପରଠାରୁ ଦଳ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇ ରହିଛି । ବିଜେଡି ପୁଣି ଥରେ ସରକାର କରିବ । ଷଷ୍ଠ ଥର ଜିତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇତିହାସ ସୃଷ୍ଟି କରିବେ ବୋଲି କହିଛନ୍ତି ନୃସିଂହ ସାହୁ ।