ଆସିବ ନୂଆ ଅବକାରୀ ନୀତି

୧୫ରୁ ୨୦ ଦିନ ଭିତରେ ଆସିବ ନୂଆ ଅବକାରୀ ନୀତି

ଆସନ୍ତା ଏପ୍ରିଲ ଶେଷ ପୂର୍ବରୁ ଆସିବ ନୂଆ ନୀତି । ଚଳିତ ଅବକାରୀ ନୀତିକୁ ମାସେ ପାଇଁ ବୃଦ୍ଧି କରାଯାଇଛି । ଏପ୍ରିଲ ୩୦ ଯାଏଁ ଏହାର ଅବଧି ବଢ଼ା ଯାଇଛି । ନୂଆ ଅବକାରୀ ନୀତି ପାଇଁ ଚୂଡାନ୍ତ ପ୍ରସ୍ତୁତି ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ନୂଆ ନୀତି କାର୍ଯ୍ୟକ୍ଷମ ହେବ । ତେଣୁ ରିନ୍ୟୁଆଲ କାମ ମଧ୍ୟ ଆରମ୍ଭ କରିଦିଆଯାଇଛି । ୨୦ରୁ ୨୫ ଦିନ ଭିତରେ ନୂଆ ଅବକାରୀ ନୀତି ଆସିବ ଏବଂ ଆଗାମୀ ଦିନରେ କାର୍ଯ୍ୟକ୍ଷମ ହେବ ବୋଲି ଜଣାଯାଇଛି ।