ନଭେମ୍ବର ୨୩ ପରେ ଆସିବ ନୂଆ ସଭାପତିଙ୍କ ନାଁ

ନଭେମ୍ବର ୨୩ରେ ନୂଆ ପିସିସି ସଭାପତି ଘୋଷଣା

କିଏ ହେବ ପିସିସି ସଭାପତି? ତାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। ଗତକାଲି ବସିଥିଲା କଂଗ୍ରେସର ପିସିସି ସଭାପତି ଚୟନ ବୈଠକ । ବୈଠକ ପରେ ସୂଚନା ଦେଇଛନ୍ତି ଓଡ଼ିଶା କଂଗ୍ରେସ ପର୍ଯ୍ୟବେକ୍ଷକ। ଆସନ୍ତା ୨୩ ପରେ ଆସିବ ନୂତନ ସଭାପତିଙ୍କ ନାମ । ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସମସ୍ତେ କରିବେ ସମର୍ଥନ । ଏନେଇ ବୈଠକରେ ପ୍ରସ୍ତାବ ପାରିତ ହୋଇଛି । ଦଳୀୟ ନେତା ଓ କର୍ମୀଙ୍କ ସହ ସମୂହ ବୈଠକ ପରେ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିଲେ ଚରଣ ଦାସ ମହନ୍ତ । ତୃଣମୂଳ ସ୍ତରରେ ଯିଏ କଂଗ୍ରେସକୁ ଅଧିକ ସୁଦୃଢ ଏବଂ ମଜବୁତ୍ କରିପାରିବ ସେଭଳି ନେତାଙ୍କୁ ଚୟନ କରାଯିବ । ଆଗାମୀ ପଞ୍ଚାୟତ ଓ ମହାନଗର ନିର୍ବାଚନରେ ଦଳକୁ ଯିଏ ଜିତାଇବାରେ ସମର୍ଥ ହେବ ସେହିଭଳି ନେତାଙ୍କୁ ଚୟନ କରାଯିବ ବୋଲି ସୂଚନା ଦେଇଛନ୍ତି ଚରଣ ଦାସ ମହନ୍ତ ।

Leave a Reply

Your email address will not be published. Required fields are marked *