ସମ୍ପର୍କରେ କଳଙ୍କ ଲଗାଇଲା ରାକ୍ଷସ ଦାଦା !

୩ବର୍ଷର ଝିଆରୀକୁ ଦୁଷ୍କର୍ମ କରି ହତ୍ୟା !

ଜଘନ୍ୟ ବିଭଶ୍ଚ ଅମାନୁଷିକତାର ନୂଆ କାହାଣୀ । ରାଜଧାନୀରେ ଲଜ୍ଜା । ଏଭଳି ଘଟନା ଯାହା ଆପଣ ଶୁଣିଲେ, ଧୈର୍ଯ୍ୟ ଧରିପାରିବେନି । ସମ୍ପର୍କରେ କଳଙ୍କ ଲଗାଇଲା ଦାଦା । କୁନି ଝିଆରି ସହ କଲା ଦୁଷ୍କର୍ମ । ଏତିକିରେ ଶାନ୍ତି ହେଇନଥିଲା ନର ରାକ୍ଷସ ଦାଦା ଆଉ ଭିଆଇଲା ବର୍ବର କାଣ୍ଡ ୩ବର୍ଷର ଶିଶୁର ତଣ୍ଟି କାଟି କଲା ହତ୍ୟା । ସୂଚନା ଅନୁସାରେ ଗତକାଲି ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର ଏୟାରଫିଲ୍ଡ ଥାନା କେଳା ବସ୍ତିରେ ଗତକାଲି ସନ୍ଧ୍ୟାରେ ଏହି ଜଘନ୍ୟ କାଣ୍ଡ ଘଟିଛି।

ସେହି ବସ୍ତିର ଘନିଆ ନାମକ ଜଣେ ଯୁବକ ଏପରି କାଣ୍ଡ ଘଟଣାଇଥିବା ଜଣାପଡ଼ିଛି । ହେଲେ ଅଭିଯୁକ୍ତ ପଡ଼ୋଶୀ ସ୍ଥାନୀୟ ଲୋକଙ୍କୁ ଚକମା ଦେଇ ଫେରାର ହୋଇଯାଇଛି। ଅଭିଯୁକ୍ତକୁ ଧରିବା ପାଇଁ ସ୍ପେଶାଲ ସ୍କ୍ୱାଡ୍ ଓ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ପୋଲିସ ଜବତ କରିଛି ରକ୍ତ ଭିଜା ଡ୍ରେସ ଓ ଛୁରି । ଏଭଳି ଘଟଣା ରାଜଧାନୀ ପାଇଁ ଲଜ୍ଜା ହୋଇଥିବା ବେଳେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଥିବା ଦେଖିବାକୁ ମିଳିଛି ।