ଖୁବଶୀଘ୍ର ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ
ଖୁବଶୀଘ୍ର ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ। ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କାମ ମୁଖ୍ୟମନ୍ତ୍ରୀଙ୍କର, ଯାହା ଦାୟିତ୍ୱ ରହିଛି ସେ ନିର୍ବାହ କରୁଛନ୍ତି। ଯଦି ଦଳକୁ ପରାମର୍ଶ ମାଗନ୍ତି ଆମେ ନିଶ୍ଚୟ ପରାମର୍ଶ ଦେବୁ। ମନ୍ତ୍ରିମଣ୍ଡଳରେ କିଏ ସ୍ଥାନ ପାଇବେ କିଏ ବିଦା ହେବେ ସେନଇ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ। ୧୫ ଦିନରୁ ୧ ମାସ ମଧ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ। ପ୍ରଥମେ ସଂଗଠନ, ବୋର୍ଡ ନିଗମ ଓ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ। ଯୋଗ୍ୟତା, ଦକ୍ଷତା ଏବଂ ଅଭିଜ୍ଞତା ଆଧାରରେ ମନ୍ତ୍ରୀ ପଦ ମିଳିବ। ଦିନେ ଦୁଇଦିନ ମଧ୍ୟରେ ନୂଆ ନିଗମ ଓ ପରେ ବୋର୍ଡ ନିଗମ ପଦ ପୂରଣ ହେବ।
