ଖସୁଛି ପାରଦ, ବଢୁଛି ଶୀତ
ଖସୁଛି ପାରଦ, ବଢୁଛି ଶୀତ । ସାରା ରାଜ୍ୟରେ ଏବେ ଲାଗିରହିଛି ଥଣ୍ଡାର ପ୍ରକୋପ । ଦିନ ୪ଟା ପରେ ବାହାରକୁ ବାହାରିଲେ ଦେହ ହାତ ଥରିଯାଉଛି । ସନ୍ଧ୍ୟା ହେଲେ ତ ଜାଡ଼ ମାଡ଼ରେ ଅସ୍ତବ୍ୟସ୍ତ ହୋଇଯାଉଛି ଜନଜୀବନ । ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ପ୍ରବଳ ଥଣ୍ଡା । ବିଶେଷ କରି କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ଅସହ୍ୟ ହେଉଛି ଥଣ୍ଡାର ପ୍ରକୋପ ।କନ୍ଧମାଳ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ତୁଳନାରେ ଆଜି ଅଧିକ ଶୀତ ଅନୁଭୂତ ହେଉଛି। କନ୍ଧମାଳ ଜିଲ୍ଲାରେ ଗତକାଲି ଠାରୁ ଆଜି ୧.୪ଡିଗ୍ରି ପାରଦ ହ୍ରାସ ପାଇ ୭.୪ ଡିଗ୍ରି ରେକର୍ଡରେ ପହଞ୍ଚିଛି । ପାରଦ ତଳମୁଁହା ହେବା ସହ ଜାଡ଼ ଆରମ୍ଭ ହୋଇଯାଇଛି ।
