ଯୁବତୀଙ୍କ ଶବରୁ ମାଂସ କାଢି ଖାଇଲା ମଣିଷ !

ଧୀରେଧୀରେ ବଦଳି ଯାଉଛି ମଣିଷର ଆଚରଣ। ଦିନକୁ ଦିନ ହିଂସ୍ର ହେବାରେ ଲାଗିଛି ମଣିଷର ପ୍ରକୃତି। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । କାହିଁକି ନା ମଣିଷ ଖାଉଛି ମଣିଷ ମାଂସ । ତା ପୁଣି ଜୁଇରେ ଜଳୁଥିବା ଏକ ଶବର ମାଂସ । କଥାଟି ନିଶ୍ଚୟ ଆପଣଙ୍କୁ ବ୍ୟଥିତ କରୁଥିବ କିନ୍ତୁ କଥାଟି ସମ୍ପୂର୍ଣ ସତ୍ୟ । ନିଶାରେ ଚୁର ହେଇ ଜୁଇ ରୁ କାଢି ଆଣିଲେ ମଣିଷ ମାଂସ,ଆଉ ଖାଇଲେ ମଦ ସହିତ । ମଣିଷ ଭୁଲିଗଲା ନୈତିକତା ଆଉ ମାନବିକତା । ନିଶାରେ ମଣିଷ ଯେ ଏତେ ତଳକୁ ଖସିଯିବ ତାହା ଆପଣ ଅନୁମାନ କରି ପାରିବେ ନାହିଁ, ନିସାସକ୍ତ ହୋଇ ଜୁଇ ରେ ଜଳୁଥିବା ମୃତ ଦେହ ର ଅଧାଫୋଡ଼ା ମାଂସ ଆଣି ଖାଇଲେ ଦୁଇ ବ୍ୟକ୍ତି ।ଏଭଳି ଏକ ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ଜମୁନାପ୍ରତାପୁର ଗାଁରେ । ତେବେ ଏହି ଗାଁର ଯୁବତୀ ମଧୁସ୍ମିତା ସିଂଙ୍କ ମୃତ୍ୟୁ ଘଟିବା ପରେ ତାଙ୍କ ପରିବାର ଲୋକ ଏବଂ ଗ୍ରାମବାସୀ ମୃତଦେହ କୁ ନେଇ ଶବ ସତ୍କାର କରିବାକୁ ମଶାଣି କୁ ଯାଇଥିଲେ। ତେବେ ତାଙ୍କ ସହିତ ଶବ ସତ୍କାର ପାଇଁ ଦାନ୍ତୁଣ ଗାଁର ନରେନ୍ଦ୍ର ସିଂ ଏବଂ ସୁନ୍ଦରମହନ୍ ସିଂ ମଧ୍ୟ ଯାଇଥିଲେ। ତେବେ ନରେନ୍ଦ୍ର ଏବଂ ସୁନ୍ଦର ମହୋନ ନିଶାରେ ଚୁରଥିବା ବେଳେ,ଜୁଇ ରେ ଅଧା ପୋଡ଼ା ହେଇଥିବା ମୃତ ଦେହର ମାଂସ ଆଣି ଖାଉଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ । ଆଉ ଶବସତ୍କାର ସରିଲା ପରେ ଗ୍ରାମବାସୀ ନରେନ୍ଦ୍ର ଏବଂ ସୁନ୍ଦର ମହୋନକୁ ଅଟକ ରଖିଥିଲେ। ଏପରିକି ସେମାନଙ୍କ ନିକଟରୁ ଅଧାପୋଡା ମଣିଷ ମାଂସ ଥିବାର ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଗ୍ରାମବାସୀ ପୋଲିସକୁ ଖବର ଦେବାପରେ ପୋଲିସ ଉଭୟଙ୍କୁ ଅଟକ ରଖି ତଦନ୍ତ କରୁଛି । ତେବେ ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।