‘୨୦ ପୂର୍ବରୁ ସମ୍ପୂର୍ଣ ପ୍ରାର୍ଥୀ ତାଲିକା’
ଖୁବଶୀଘ୍ର ଆସିବ ବିଜେପିର ବାକି ରହିଥିବା ପ୍ରାର୍ଥୀଙ୍କ ତାଲିକା । ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଓଡ଼ିଶାରେ ପହଁଚିବା ପରେ ଏନେଇ ସୂଚନା ଦେଇଛନ୍ତି । ୨୦ ତାରିଖ ଭିତରେ ରାଜ୍ୟରେ ବାକି ରହିଥିବା ସମସ୍ତ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ଆଶାୟୀଙ୍କ ବିକ୍ଷୋଭ ପ୍ରତିବାଦକୁ ନେଇ ତୋମାର କହିଛନ୍ତି, ଆଶାୟୀ ପ୍ରାର୍ଥୀ ଦଳୀୟ କାର୍ଯ୍ୟାଳୟରେ ଟିକେଟ ପାଇଁ ଦାବି କରିବା କିଛି ନୂଆ କଥା ନୁହେଁ । ବିଦ୍ରୋହ କରୁଥିବା ସମସ୍ତେ ଦଳର ବିଚାରଧାର ସହ ଜଡିତ । ସମସ୍ତେ ଆମ ସାଙ୍ଗରେ ଅଛନ୍ତି । ଘୋଷଣା ହୋଇଥିବା ପ୍ରାର୍ଥୀ ବଦଳିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ତୋମାର । ଏହାସହ କେନ୍ଦ୍ରୀୟ ନେତୃତ୍ୱ ଓଡିଶାରେ ଆସି ପ୍ରଚାର କରିବା ନେଇ ମଧ୍ୟ ୨ ତିନି ଦିନ ଭିତରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି ।