ବଦଳିଲେ ଧଉଳି ଗଣ ଦୁଷ୍କର୍ମ ଘଟଣାର ତଦନ୍ତକାରୀ ଅଧିକାରୀ

ବଦଳିଲେ ଧଉଳି ଗଣ ଦୁଷ୍କର୍ମ ଘଟଣାର ତଦନ୍ତକାରୀ ଅଧିକାରୀ

ବଦଳିଲେ ଧଉଳି ଗଣ ଦୁଷ୍କର୍ମ ଘଟଣାର ତଦନ୍ତ କାରୀ ଅଧିକାରୀ । ଡିସିପି ହେଡକ୍ବାଟର ଅତିରିକ୍ତ ଡିସିପିଙ୍କୁ ଦିଆଗଲା ଦାୟିତ୍ବ। ଘଟଣାର ତ୍ୱରିତ ତଦନ୍ତ ରେଡ ଫ୍ଲାଗ ଦୃଷ୍ଟିରେ ରଖି ଦାୟିତ୍ବ ଦିଆଯାଇଛି । ପୂର୍ବରୁ ଧଉଳି ଥାନାଧିକାରୀ ସ୍ମୃତି ରଞ୍ଜନ ମହାନ୍ତି ଦାୟିତ୍ୱରେ ଥିଲେ। ବର୍ତ୍ତମାନ ଏହି ଦାୟିତ୍ବ ଡିସିପି ହେଡକ୍ବାଟରର ଏଡିସିପି ଆରତୀ ଗିରିଙ୍କୁ ଦିଆଯାଇଛି । ଡିସେମ୍ବର ୧୦ ତାରିଖ ସଂଧ୍ୟାରେ ଏହି ଲୋମହର୍ଷଣକାରୀ ଗଣଦୁଷ୍କର୍ମ ହୋଇଥିଲା। ଧଉଳି ଶାନ୍ତି ସ୍ତୁପ ଦର୍ଶନ କରି ଫେରିବା ବେଳେ ନାବାଳିକା ଜଣଙ୍କ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ୧୧ ତାରିଖରେ ଗଣଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ୧୬ ରେ ଏହାକୁ ରେଡ୍ ଫ୍ଲାଗ ମାମଲା ଘୋଷଣା କରିଥିଲା କମିଶନରେଟ ପୋଲିସ। କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର ହୋଇଥିଲା। ଶୀଘ୍ର ନ୍ୟାୟ ପାଇଁ ଫାଷ୍ଟ ଟ୍ରାକ କୋର୍ଟରେ ଚାଲିବ ମାମଲା। ତେବେ ଏହି ଘଟଣାରେ ୩ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଏବେ ବି ଦୁଇ ଜଣ ଫେରାର ଅଛନ୍ତି।

Leave a Reply

Your email address will not be published. Required fields are marked *