ଘର ଭାଙ୍ଗି ଲୁଟିଥିଲ , ପୋଲିସ ହାତରେ ଧରା ପଡିଲେ

ଯାଜପୁର ରୋଡ ପୋଲିସକୁ ବଡ଼ ସଫଳତା। ଚୋରି ଘଟଣାର କଲା ପର୍ଦ୍ଦାଫାଶ। ତିନିଜଣଙ୍କୁ ଗିରଫ କରିବା ସହ ୬ଲକ୍ଷ ଟଙ୍କାର ସୁନାଗହଣା ଓ ଏକ ବାଇକ୍ ଜବତ ହୋଇଛି। ତେବେ ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ସୋବରା ଗାଁରେ ଗତ କିଛି ଦିନ ତଳେ ବରଦାପ୍ରସନ୍ନ ପରିଡା ରାତିରେ ଶୋଇଥିବା ସମୟରେ କିଛି ଦୁର୍ବୁତ୍ତ ଘରେ ପଶିଥିଲେ l ଏଥିସହିତ ଦୁର୍ବୁତ୍ତ ମାନେ କିଛି କେମିକାଲ ପକାଇ ଘର ଲୋକଙ୍କୁ ଅଚେତ କରିଥିଲେ ଆଉ ପରେ ଘରେ କଳାକନା ବୁଲାଇଥିଲେ l ତେବେ ବରଦାପ୍ରସନ୍ନଙ୍କ ଚେତା ଫେରିବା ପରେ ଯାହା ଦେଖିଲେ ତାଙ୍କ ହୋସ ଉଡ଼ିଯାଇଥିଲା।

ଘର ଭିତର ଭଙ୍ଗା ଯାଇ ସମସ୍ତ ସୁନାଗହଣା ଚୋରି କରି ନେଇଥିବା ଦେଖିବାକୁ ପାଇଥିଲେ l ସଙ୍ଗେ ସଙ୍ଗେ ଯାଜପୁର ରୋଡ ଥାନାରେ ଏତଲା ଦେଇଥିଲେ ବରଦା l ସେପଟେ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଯାଜପୁର ଏସ.ପି ଭିନିତ ଅଗ୍ରୱାଲଙ୍କ ନିର୍ଦ୍ଧେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ପୋଲିସ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଥିଲା l କୌଣସି ସୂତ୍ରରୁ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ସୋବରା ଗାଁରେ ଚଢ଼ାଉ କରି ଲୁଟେରାଙ୍କୁ କାବୁ କରିଥିଲା ପୋଲିସ ।

ଗିରଫ କରିବା ପରେ ଏହି ଅଭିଯୁକ୍ତଙ୍କ ନିକଟରୁ ପୋଲିସ ଶହେ ଗ୍ରାମ ସୁନା, ଶହେ ଗ୍ରାମ ରୂପା ସହିତ ଏକ ବାଇକ ଜବତ କରିଥିଲା l ତେବେ ଆଜି ଘଟଣାର ତଦନ୍ତ ପରେ ଯାଜପୁର ରୋଡ ପୋଲିସ ଅଭିଯୁକ୍ତ ଙ୍କୁ କେସ ନମ୍ବର 304/23ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଯାଜପୁର ରୋଡ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି l ତେବେ ଗିରଫ ହୋଇଥିବା ଅଭିଯୁକ୍ତ ମାନେ ସେହି ଅଞ୍ଚଳର ଚକରା ବେହେରା, ଫୁକୁନୁ ମୁଦୁଲି ଓ ଅଜୟ ମୁଦୁଲି ହୋଇଥିବା ଜଣା ପଡ଼ିଛି।