ବିଧାନସଭାରେ ବିଜେପି-ବିଜେଡି ମୁହାଁମୁହିଁ !
ନୂଆ ବାଚସ୍ପତିଙ୍କୁ ନେଇ ରାଜ୍ୟରେ ଆରମ୍ଭ ହୋଇଯାଇଛି ବିଧାନସଭା ପ୍ରଶ୍ନକାଳ । ହେଲେ ଆରମ୍ଭରୁ ହିଁ ଗୃହରେ ଦେଖିବାକୁ ମିଳିଛି ହାଇଡ୍ରାମା । 5ଟି ସଚିବଙ୍କ ଗସ୍ତକୁ ନେଇ ବିରୋଧୀ ବିଜେପି ହଙ୍ଗାମା କରୁଥିବା ବେଳେ ଅନ୍ୟପଟେ କଂଗ୍ରେସ ଚୁପ ରହିଥିବା ଦେଖିବାକୁ ମିଳିଛି । ବିରୋଧୀ ବିଜେପିର ସମସ୍ତ ଅଭିଯୋଗକୁ କାଉଣ୍ଟର କରିଛି ଶାସକ ବିଜେଡି। ତେବେ ବିଧାନସଭା ମୌସୁମୀ ଅଧିବେଶନର ଆଜି ଦ୍ବିତୀୟ ଦିନ । ଗୃହ ଆରମ୍ଭରୁ ବିଜେପି ସଦସ୍ୟ ପ୍ରଥମେ ଗୃହର ମଧ୍ୟଭାଗକୁ ଆସି ନାରବାଜି ଦେଇଥିଲେ । NH- 55ର ବିପର୍ଯ୍ୟସ୍ତ ପ୍ରସଙ୍ଗ ଉଠାଇଥିଲା ବିଜେଡି ।ନିଜ ଆସନ ନିକଟରେ ଛିଡ଼ା ହୋଇ କେନ୍ଦ୍ର ବିରୋଧୀ ନାରା ଦେଇଥିଲେ ସରକାରୀ ଦଳ ସଦସ୍ୟ ।
ସେହିପରି କୋଷ୍ଟାଲ ହାଇଓ୍ବେ ପ୍ରସଙ୍ଗ ବି ଉଠାଇଥିଲା ବିଜେଡି । ହୋହଲ୍ଲା ଯୋଗୁ ପ୍ରଶ୍ନକାଳ ଚାଲି ପାରନଥିଲା । ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଥିଲେ ବାଚସ୍ପତି । ସେପଟେ ଦ୍ଵିତୀୟ ପର୍ଯ୍ୟାୟରେ ମନ୍ତ୍ରୀ ବଡ ନା ସଚିବ ପ୍ରସଙ୍ଗ ଉପରେ ବିରୋଧୀଙ୍କୁ ଜବାବ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖିଥିଲେ , କହିଲେ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ମୁ ସିଏମଓକୁ ପଠାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ହି କଥାକୁ ହଜମ କରିପାରିନାହାନ୍ତି ବିରୋଧୀ । ଫଳରେ ଏହାକୁ ନେଇ ଗଣମାଧ୍ୟମ ଆଗରେ ମଧ୍ୟ ପ୍ରତ୍ୟୁତର ରଖିଛନ୍ତି ବିରୋଧୀ ନେତା ।
