ଦେବଗଡ଼ ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଈ ବହିସ୍କୃତ
ବିଦା ହେଲେ ଦେବଗଡ଼ ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଈ । ବହିଷ୍କାର କଲେ ରାଜ୍ୟ ସରକାର । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନିୟମିତତା ଅଭିଯୋଗ ଥିଲା । ଅଭିଯୋଗ ଆଧାରରେ ପୌରାଧ୍ୟକ୍ଷା ବିରୋଧରେ କାହିଁକି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ରାଜ୍ୟ ସରକାର ନୋଟିସ ଜାରି କରିଥିଲେ । ଗତ ନଭେମ୍ବର ୧୧ ତାରିଖରେ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ନୋଟିସ ଜାରି ହୋଇଥିଲା। ଏଥିସହ ପୌର ପରିଷଦ ଅଧ୍ୟକ୍ଷା ଜାଣିଶୁଣି ନୀତି ନିୟମ ଏବଂ ଆଇନ ଉଲଙ୍ଘନ କରିଥିବା ନେଇ ଜିଲାପାଳଙ୍କ ତଦନ୍ତ ରିପୋର୍ଟରୁ ରାଜ୍ୟ ସରକାର ଅନୁଭବ କରିଥିଲେ। ଫଳରେ ତାଙ୍କ ବିରୋଧରେ ଏଭଳି କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।