‘୨୦୪୭ ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ଆତ୍ମନିର୍ଭର କରିବା ଲକ୍ଷ୍ୟ’

‘୨୦୪୭ ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ଆତ୍ମନିର୍ଭର କରିବା ଲକ୍ଷ୍ୟ’

ଦେଶକୁ ୨୦୪୭ ମସିହା ସୁଦ୍ଧା ସମ୍ପୂର୍ଣ୍ଣଭାବେ ଆତ୍ମନିର୍ଭରଶୀଳ କରିବାପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି । ପୁରୀ ବ୍ଲୁ-ଫ୍ଲାଗ୍‍ ବେଳାଭୂମିରେ ନୌସେନା ଦିବସ ପାଳନ ସମାରୋହରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଜାତୀୟ ସୁରକ୍ଷାରେ ନୌସେନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମହିଳା ସଶକ୍ତୀକରଣ କ୍ଷେତ୍ରରେ ଭାରତୀୟ ନୌସେନା ଉଦାହାରଣ ସାଜିଛି । ଭାରତୀୟ ନୌସେନା, ମହିଳା ଅଗ୍ନିବୀରମାନଙ୍କୁ ପ୍ରଥମେ ସାମିଲ୍‍ କରିଥିଲା । ଭାରତର ୫ ହଜାର ବର୍ଷ ପୁରୁଣା ନୌବାଣିଜ୍ୟ ସମୃଦ୍ଧ ପରମ୍ପରା ରହିଛି । ଦେଶରେ ୬୩ଟି ସ୍ୱଦେଶୀ ଜ୍ଞାନକୌଶଳରେ ବୁଡ଼ାଜାହାଜ ନିର୍ମାଣ କରାଯାଇଛି । ବିପର୍ଯ୍ୟୟ ପରିଚାଳନା ହେଉ ଅଥବା ଆତଙ୍କବାଦ ମୁକାବିଲା, ନୌସେନା ସବୁବେଳେ ଦେଶକୁ ସୁରକ୍ଷା ଦେଇଛି ବୋଲି ରାଷ୍ଟ୍ରପତି କହିଛନ୍ତି । ନୌସେନା ପକ୍ଷରୁ ଆଜି ଯବାନମାନେ ନିଜର ଶୌର୍ଯ୍ୟ, ବୀରତା, ରଣକୌଶଳ ଓ ପରାକ୍ରମ ପ୍ରଦର୍ଶନ କରିଛନ୍ତି । ସମୁଦ୍ର ଭିତରେ ଆଇଏନ୍‍ଏସ୍‍ ଜଳସ୍ୱ, ଦିଲ୍ଲୀ, ମହୀଶୂର, ମୁମ୍ବାଇ, ରଣବୀର, ଶକ୍ତି, ସାହ୍ୟାଦ୍ରି ଭଳି ୧୫ରୁ ଊର୍ଦ୍ଧ୍ୱ ଯୁଦ୍ଧଜାହାଜର ସମରାଭ୍ୟାସ ବେଶ୍‍ ଆକର୍ଷଣୀୟ ଥିଲା । ସ୍ଥଳପଥରେ ନୌସେନାର ଯବାନମାନେ ଯୁଦ୍ଧକୌଶଳ ପ୍ରଦର୍ଶନ କରି ସାହସିକତାର ପରାକାଷ୍ଠା ଦେଖାଇଛନ୍ତି ।

Leave a Reply

Your email address will not be published. Required fields are marked *