ପୁଣି ବଗି ଛାଡି ପଳାଇଲା ମାଲବାହୀ ଟ୍ରେନ !

ଓଡ଼ିଶାର ପିଛା ଛାଡୁନି ରେଳ ଦୁର୍ଘଟଣା । ବଗି ଛାଡି ଦୁଇ କିଲୋମିଟର ପଳାଇଲା ମାଲବାହୀ ଟ୍ରେନ । ଆଜି ମଧ୍ୟ ଏମିତି କିଛି ଦ୍ରୁଶ୍ଯ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ରେଲୱେ ଷ୍ଟେସନରେ। କୋଇଲା ବୋଝେଇ ମାଲବାହୀ ଗାଡ଼ିର ଇଞ୍ଜିନ୍ ୱାଗନକୁ ଛାଡ଼ି ପଳାଇଛି । ସପ୍ତାହକ ମଧ୍ୟରେ ଏଭଳି ଦ୍ୱିତୀୟ ଘଟଣା ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲା ସୋର ରେଲୱେ ଷ୍ଟେସନରେ ଏକ କୋଇଲା ବୋଝେଇ ମାଲବାହୀ ଗାଡ଼଼ି ୱାଗନକୁ ଛାଡ଼ି ୨ କିଲୋମିଟର ପଳାଇଛି ।

ସୂଚନା ଅନୁସାରେ, କୋଇଲା ବୋଝେଇ ମାଲବାହୀ ଟ୍ରେନଟି ଧାମରାରୁ ବାହାରିଥିଲା । ତେବେ ସୋର ଷ୍ଟେସନ ନିକଟରେ କିଛି ୱାଗନ ଇଞ୍ଜିନ ଠାରୁ ଅଲଗା ହୋଇ ଯାଇଥିଲା । ଆଜି ଦିନ ୧୦ଟା ସମୟରେ ଧାମରାରୁ କଲକୋତା ଅଭିମୁଖେ ଯାଉଥିଲା ମାଲବାହୀ ଟ୍ରେନ। ଟ୍ରେନଟି ସୋର ଷ୍ଟେସନର ୨ ନମ୍ବର ପ୍ଲାଟଫର୍ମରେ ଅତିକ୍ରମ କରିବା ବେଳେ ଗୁଡ୍ସ ଗାର୍ଡ ବଗି ଛାଡ଼ି ପଳାଇଯାଇଥିଲା। ଆଉ ଇଞ୍ଜିନଟି ୨ କିଲୋମିଟର ଯିବା ପରେ ଲୋକ ପାଇଲଟ୍ ଜାଣି ପାରିଥିଲେ ୱାଗନ ପଛରେ ରହି ଯାଇଛି । ପରେ ଟ୍ରେନ୍‌ଟି ପଛକୁ ଫେରି ଗୁଡ୍ସ ଗାର୍ଡ ବଗି ସହ ଯୋଡ଼ିଥିଲା। ଟ୍ରେନଟି ମେନଲାଇନରେ ଯାଉଥିବାରୁ ଏପରି ଦୁର୍ଘଟଣା ଘଟିବା ଯୋଗୁ ସବୁ ଟ୍ରେନ ବିଳମ୍ବରେ ଚାଲିଛି । ଏନେଇ ରେଳ ବିଭାଗର କୌଣସି ପ୍ରତିକ୍ରିୟା ମିଳିନାହିଁ।