ମ୍ୟାଚ୍ ଚାଲିଥିବା ବେଳେ ବନ୍ଦ ହୋଇଗଲା ଫ୍ଲଡ ଲାଇଟ୍
ବାରବାଟୀରେ ବଡ଼ ବିଭ୍ରାଟ। ମ୍ୟାଚ୍ ଚାଲିଥିବା ବେଳେ ବନ୍ଦ ହୋଇଗଲା ଫ୍ଲଡ ଲାଇଟ୍। ଭାରତୀୟ ଦଳର ଇନିଙ୍ଗସ୍ ସମୟରେ ଫ୍ଲଡ ଲାଇଟ୍ ବନ୍ଦ ହୋଇଯାଇଥିଲା। ଫଳରେ ଖେଳ ଅଧାରୁ ବନ୍ଦ ରହିଥିଲା। ସେତେବେଳେ ଟିମ୍ ଇଣ୍ଡିଆର ଦୁଇ ବ୍ୟାଟର ଅଧିନାୟକ ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ ବ୍ୟାଟିଂ କରୁଥିଲେ। ହେଲେ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯିବା ପରେ ଖେଳାଳିମାନେ ଫ୍ୟାଭିଲନକୁ ଫେରିଯାଇଥିଲେ। ଏହାକୁ ନେଇ ଖେଳାଳିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ପ୍ରାୟ ୨୫ ମିନିଟ୍ ପରେ ଫ୍ଲଡ୍ ଲାଇଟ୍ ପୁଣି ଚାଲୁ ହୋଇଥିଲା। ଆଉ ଖେଳ ପୁଣି ଥରେ ଆରମ୍ଭ ହୋଇଥିଲା। ହେଲେ ଏତେ ବଡ଼ ବିଭ୍ରାଟ କେମିତି ଓ କାହିଁକି ଖେଳ ମଝିରେ ଫ୍ଲଡ ଲାଇଟ୍ ବନ୍ଦ ହୋଇଗଲା। ଏତେ ପ୍ରସ୍ତୁତି ସତ୍ତ୍ବେ କିପରି ଏପରି ଅଭାବନୀୟ ଘଟଣା ଘଟିଲା? ତାହା ଏବେ ବଡ଼ ପ୍ରଶ୍ନ। ଏହା ଓସିଏର ପାରିବା ପଣିଆ ଉପରେ ମଧ୍ୟ ପ୍ରଶ୍ନ ଉଠାଛି।
