ଏପ୍ରିଲ ୧୬ ରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା

ଏପ୍ରିଲ ୧୬ ରୁ ଜନଗଣନା

୨୦୨୭ ମସିହା ଜନଗଣନା ସମ୍ପର୍କିତ ପ୍ରଶିକ୍ଷଣ ଓ ପ୍ରାକ ପ୍ରସ୍ତୁତି ବୈଠକ । ଚଳିତବର୍ଷ ଏପ୍ରିଲ ୧୬ ରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା । ସେନ୍ସସ୍ ପୋର୍ଟାଲରେ ଲଗ୍ ଇନ୍ କରି ନିଜର ସମସ୍ତ ତଥ୍ୟ ସହଜରେ ଅପଲୋଡ଼ କରିପାରିବେ । ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଋଷିକୂଲ୍ୟା ସମ୍ମୀଳନୀ କକ୍ଷଠାରେ ଗତକାଲି ୨୦୨୭ ମସିହାରେ ହେବାକୁ ଥିବା ଜନଗଣନା ସମ୍ପର୍କିତ ପ୍ରଶିକ୍ଷଣ ଓ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଚଳିତବର୍ଷ ଏପ୍ରିଲ ୧୬ ରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଜନଗଣନାକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ଶ୍ରୀ କଲ୍ୟାଣ ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏଥିନିମନ୍ତେ ଅପ୍ରେଲ ମାସ ପ୍ରଥମ ଦୁଇ ସପ୍ତାହରେ ଘର ଗଣନା ଓ ଆତ୍ମଗଣନା କରାଯିବ । ଏହା ଶେଷ ହେବା ପରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *