ବିଜେଡିର ନିର୍ବାଚନୀ ଇସ୍ତାହାର କମିଟି ବୈଠକ
କିପରି ରହିବ ବିଜେଡିର ନିର୍ବାଚନୀ ଇସ୍ତାହାର ରୂପରେଖ। ସେନେଇ ଶଙ୍ଖ ଭବନରେ କମିଟିର ପ୍ରଥମ ଇସ୍ତାହାର କମିଟି ବୈଠକ ବସିଥିଲା। ଗତ ବୁଧବାର ୩୮ ଜଣିଆ ଇସ୍ତାହାର କମିଟି ଗଠନ କରିଥିଲା ବିଜେଡି। ସାଂସଦ ଚନ୍ଦ୍ରଶେଖର ସାହୁ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ଉପସଭାପତି ଦେବୀ ମିଶ୍ରଙ୍କ ସମେତ ପ୍ରତାପ ଦେବ, ସୁଦାମ ମାର୍ଣ୍ଡି, ମଙ୍ଗଳା କିଷାନ, ପଦ୍ମନାଭ ବେହେରାଙ୍କ ସହ ମୋଟ ୭ ଜଣ ସହ-ଅଧ୍ୟକ୍ଷ ରହିଛନ୍ତି । ଅମର ପଟ୍ଟନାୟକଙ୍କୁ ଆବାହକ ଭାବେ ଦାୟିତ୍ଵ ଦିଆଯାଇଛି। ୨୫ ଜଣ ସଦସ୍ୟ ରହିଛନ୍ତି। ବିଜେଡି ସରକାରକୁ ଆସିଲେ ଲୋକଙ୍କ ପାଇଁ କ’ଣ କରିବ ସେ ନେଇ ପ୍ରସ୍ତୁତ ହେବ ଇସ୍ତାହାର। ଏହି କମିଟିର ପରାମର୍ଶ ଆଧାରରେ ପ୍ରସ୍ତୁତ ହେବ ଇସ୍ତାହାର।