ରଥଯତ୍ରା ପାଇଁ ଦଶପଲ୍ଲା ବନାଞ୍ଚଳରୁ ଗଲା ପ୍ରଥମ ପର୍ଯ୍ୟାୟ ରଥକାଠ

ଦଶପଲ୍ଲା ବନାଞ୍ଚଳରୁ ଗଲା ପ୍ରଥମ ପର୍ଯ୍ୟାୟ ରଥକାଠ

ରଥଯତ୍ରା ପାଇଁ ଦଶପଲ୍ଲା ବନାଞ୍ଚଳରୁ ଗଲା ପ୍ରଥମ ପର୍ଯ୍ୟାୟ ରଥକାଠ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ଟାକରା ଫରେଷ୍ଟ ସେକ୍ସନରୁ ପୁରୀ ଅଭିମୁଖେ କାଠ ପଠାଯାଇଛି । ବନବିଭାଗ ଓ ମିଟୁକୁଳି ଭି ଏସ ଏସ କମିଟି ଦ୍ବାରା ପୂଜାର୍ଚନା ସହ ନାମ ସଂକୀର୍ତନ କରାଯାଇ ରଥକାଠ ବୋଝେଇ ଟ୍ରକକୁ ପଠାଯାଇଛି । ୨ଟି ଟ୍ରକରେ ମୋଟ ୪୮ଖଣ୍ଡ ଅସନ ଓ ଧଉରା କାଠ ରହିଛି । ଗୋଟିଏ ଟ୍ରକରେ ୨୫ଖଣ୍ଡ କାଠ ଯାଉଥିବାବେଳେ ଅନ୍ୟଟିରେ ୨୩ଖଣ୍ଡ କାଠ ଯାଉଥିବା ଜଣାପଡିଛି । ଏହି ଉତ୍ସବରେ ବନପାଳ ରାକେଶ କୁମାର ସାହୁ, ବନାଞ୍ଚଳ ଅଧିକାରୀ ଶ୍ରୀନିବାସ ଦାସ ଓ ଆଦିବାସୀ ନେତା ଧନେଶ୍ୱର ଯାନୀ, ନବ କିଶୋର ଯାନୀ ଓ ଗ୍ରାମର ଅନେକ ପୁରୁଷ ମହିଳା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *