ବାପାକୁ ମୃତ୍ୟୁଦଣ୍ଡ, ପୁଅକୁ ଆଜୀବନ ସଜା

୨୦୨୦ମସିହାର ଜଘନ୍ୟ ହତ୍ୟାକାଣ୍ଡ, ଆଜି ଆସିଲା ରାୟ

ମହୁଲପାଲି ଲପଡ଼ା ଟ୍ରିପଲ ମର୍ଡର ମାମଲା । ଅଭିଯୁକ୍ତ ନବୀନ ଦେହୁରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ । ସହଯୋଗୀ ତଥା ପୁଅ ହେମାନନ୍ଦ ଦେହୁରୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ୨୦୨୦ ମସିହା ଅକ୍ଟୋବର ୨୧ ତାରିଖରେ ଜମି ବାଡ଼ି ବିବାଦରୁ ମହୁଲପାଲି ଥାନା ଲପଡା ଗାଁରେ ଗୋଟିଏ ପରିବାରର ଗିରିଧାରୀ ସାହୁ, ତାଙ୍କ ସ୍ତ୍ରୀ ସାବିତ୍ରୀ ସାହୁ ଓ ଶାଶୁ ପିରୋବତୀ ବେହେରାଙ୍କୁ ପଡୋଶୀ ନବୀନ ଦେହୁରୀ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଘଟଣାରେ ଆଜି ରାୟ ପ୍ରକାଶ ପାଇଛି ।

ହତ୍ୟାକାରୀ ବାପାକୁ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଦେଇଥିବା ବେଳେ ପୁଅକୁ ଆଜୀବନ ଜେଲ ଶୁଣାଇଥିବା ଦେଖିବାକୁ ମିଳିଛି । କୁଚିଣ୍ଡା ଏଡିଜେ ଏହି ଦଣ୍ଡାଦେଶ ଦେଇଥିବା ସହ ଅଭିଯୁକ୍ତକୁ ଜରିମାନା ମଧ୍ୟ କରିଛନ୍ତି । ତେବେ ଏପରି ରାୟ ପ୍ରକାଶ ପାଇବା ପରେ ସ୍ଥାନୀୟରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ଏଖିବାକୁ ମିଳିଛି ।