ଜାନୁଆରୀ ୩୧ରୁ ପ୍ରସିଦ୍ଧ ଯୋରନ୍ଦା ମେଳା

ଜାନୁଆରୀ ୩୧ରୁ ପ୍ରସିଦ୍ଧ ଯୋରନ୍ଦା ମେଳା

୨୦୨୬ ଜାନୁଆରୀ ୩୧ ତାରିଖଠାରୁ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଶନିବାର ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହଠାରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମେଳା ଯେପରି ଶାନ୍ତିଶୃଙ୍ଖଳାର ସହିତ ଶେଷ ହେବ ସେଥିପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଶାନ୍ତିଶୃଙ୍ଖଳା ରକ୍ଷା ସହିତ ମେଳା ସୁପରିଚାଳନା ନିମନ୍ତେ ଆରକ୍ଷୀ ବ୍ୟବସ୍ଥା ସହ ପ୍ରମୁଖ ସ୍ଥାନଗୁଡ଼ିକରେ ସିସିଟିଭି ଲଗାଯିବ ବୋଲି ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର ପ୍ରକାଶ କରିଥିଲେ ।ଅପେରା ଯାତ୍ରା ପାର୍ଟିରେ କୌଣସି ପ୍ରକାରର ବିଶୃଙ୍ଖଳା ସୃଷ୍ଟି ହେଲେ, ଏହାକୁ ବନ୍ଦ କରିଦିଆଯିବ ବୋଲି ସେ ପ୍ରକାଶ କରିଥିଲେ । ମେଳାରେ ପ୍ରାୟ ୧୯ ଲକ୍ଷ ଟଙ୍କା ଆୟ ଅଟକଳ ହୋଇଥିଲା ବେଳେ ପ୍ରାୟ ୧୭ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟ ହେବ ବୋଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ସୂଚନା ପ୍ରଦାନ କରିଥିଲେ । ଯାତ୍ରୀଙ୍କ ଲାଗି ସବୁ ପ୍ରକାର ସୁବିଧା ଉପଲବ୍ଧ ହେବ ବୋଲି ଉପଜିଲ୍ଳାପାଳ ବିବୁଧ ଗଡ଼ନାୟକ କହିଛନ୍ତି ।

Leave a Reply

Your email address will not be published. Required fields are marked *