ସମ୍ପୂର୍ଣ୍ଣ ଲୋକସେବା ଭବନର ହେବ ପୁନଃବିନ୍ୟାସ
ନୂଆ ରୂପ ପାଇବ ଲୋକସେବା ଭବନ। ସମ୍ପୂର୍ଣ୍ଣ ଲୋକସେବା ଭବନର ହେବ ପୁନଃବିନ୍ୟାସ । ଏନେଇ ଡିପିଆର ପ୍ରସ୍ତୁତ ହୋଇସାରିଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି । ଚଳିତ ବର୍ଷ ଶେଷ ସୁଦ୍ଧା ପୂରା ଲୋକସେବା ଭବନ ପୁନଃବିନ୍ୟାସ କାର୍ଯ୍ୟ ଆରମ୍ଭ ହେବ । ଏହି ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।ସେ କହିଛନ୍ତି ଲୋକସେବା ଭବନରେ ଗାଡ଼ି ପାକିଂ ପାଇଁ ଆଉ ଆଦୌ ଟେନସନ୍ ନେବାକୁ ପଡ଼ିବନି । ଗାଡ଼ି ରଖିବାକୁ ଆଉ ଜାଗା ଖୋଜିବା ଦରକାର ହେବନି । ପାକିଂ ପାଇଁ ପର୍ଯ୍ୟାପ୍ତ ଜାଗା ରହିବ । ଅଣ୍ଡରଗ୍ରାଉଣ୍ଡ୍ ରେ ଗାଡ଼ି ପାର୍କିଂ ହେବ । ଏଥିପାଇଁ ବଡ଼ ପ୍ରକଳ୍ପ ହାତକୁ ନେବେ ସରକାର । ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ହୋଇଛି । ଏହାର ଡିପିଆର ପ୍ରସ୍ତୁତ କରି ଅନୁମୋଦନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଯାଇଛି । ବେସମେଣ୍ଟରେ ତଳକୁ ତଳ ତିନି ମହଲାସ୍ମାର୍ଟ ପାର୍କିଂ ବ୍ୟବସ୍ଥା, ୫୭୩ କାର୍ ରହିବ । ଡ୍ରାଇଭର ଓ ଗାଡ଼ି ନଂ ପ୍ଲେଟ୍ ଚିହ୍ନିବ ଏଆଇ ।
