ରାତି ହେଲେ ହାତୀ ମାତୁଛି !

କରଞ୍ଜିଆରେ କଲବଲ କରୁଛି ହାତୀ !

ରାତି ହେଲେ ବଢୁଛି ହାତୀ ଆତଙ୍କ । ଗୋଟେ କି ଦୁଇଟି ନୁହେଁ ପୁରା ୨୨ଟିକିଆ ହାତୀପଲ ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲେଣି । ଏଭଳି ଘଟଣା ଏଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ । ସୂଚନା ଅନୁସାରେ କରଞ୍ଜିଆ ବନଖଣ୍ଡକୁ ପଶି ଆସିଛନ୍ତି ୨୨ ଟିକିଆ ହାତୀପଲ। ଏହି ହାତୀପଲ ଗତ କିଛି ଦିନ ହେଲା କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳର ବିଭିନ୍ନ ଅଞ୍ଚଳରେ ଫସଲ ବ୍ୟାପକ ନଷ୍ଟ କରିଥିବା ଜଣାପଡିଛି। ହାତୀପଲ ପାଟଣା ବନାଞ୍ଚଳରୁ ଦେଓ ନଦୀ ପାର ହୋଇ କରଞ୍ଜିଆ ବନଖଣ୍ଡକୁ ପଶି ଆସିଛନ୍ତି।

ଆଉ ରାତି ହେଲେ ଆରମ୍ଭ ହେଉଛି ହାତୀପଲଙ୍କ ଉପଦ୍ରବ । ଗାଆଁ ମୁହାଁ ହୋଇ ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବା ବେଳେ ଫସଲ ମଧ୍ୟ ଉଜାଡି ଦେଉଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଚାଷ ସମୟ ହୋଇଥିବାରୁ ଅନେକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି। ହାତୀ ପଲ ଏବେ କରଞ୍ଜିଆ ବନାଞ୍ଚଳ ବଡ଼ଦେଉଳି ଜଙ୍ଗଲରେ ଅଛନ୍ତି । ସ୍ଥାନୀୟ ବାସିନ୍ଦା ଭୟଭୀତ ଅବସ୍ଥାରେ ରହୁଛନ୍ତି। ହାତୀପଲଙ୍କ ଗତି ବିଧି ଉପରେ ରଖିଛି ବନବିଭାଗ। ତେବେ ହାତୀପଲ ସ୍ଥାନୀୟ ଲୋକଙ୍କୁ କଲବଲ କରୁଥିବା ବେଳେ ଚାଞ୍ଚଲ୍ୟ ଖେଳାଇଦେଇଛନ୍ତି ।