ମୁଣ୍ଡପିଛା ଆୟରେ ଓଡ଼ିଶା ଏକାଦଶ ସ୍ଥାନରେ
ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ। ବଜେଟ୍ ପୂର୍ବରୁ ଆସିଲା ୨୦୨୪-୨୫ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ। ଓଡ଼ିଶାର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବା ନେଇ ସର୍ଭେ ରିପୋର୍ଟରେ ଆକଳନ ହୋଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶା ଅର୍ଥନୀତିର ଆକାର ୯.୫ଲକ୍ଷ କୋଟି ଟଙ୍କା ହେବ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦର୍ଶା ଯାଇଛି।୨୦୨୪-୨୫ ମସିହାରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ବାସ୍ତବରେ ୭.୨ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ଏହି ବର୍ଷରେ ଓଡିଶା ଅର୍ଥନୀତିର ସମସ୍ତ କ୍ଷେତ୍ରରେ ସୁଦୃଢ଼ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ଅନ୍ୟ ରାଜ୍ୟ ତୁଳନାରେ ମୁଣ୍ଡପିଛା ଆୟ ହିସାବରେ ଓଡିଶା ଏକାଦଶ ସ୍ଥାନରେ ରହିଛି। ୨୦୨୪-୨୫ରେ ଓଡ଼ିଶାରେ ମୁଣ୍ଡପିଛା ଆୟ ୧ ଲକ୍ଷ ୮୨ ହଜାର ୫୪୮ ଟଙ୍କା ରହିବା ଆକଳନ କରାଯାଇଛି।୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶାରେ ମୁଣ୍ଡପିଛା ଆୟ ୧୦.୬ ପ୍ରତିଶତ ବୃଦ୍ଧି ପାଇ୧ ଲକ୍ଷ, ୮୨ ହଜାର ୫୪୮ ଟଙ୍କାରେ ପହଞ୍ଚିଥିବା ବେଳେ ସର୍ବଭାରତୀୟ ସ୍ତରରେ ମୁଣ୍ଡପିଛା ଆୟ ୮.୭ ପ୍ରତିଶତ ବୃଦ୍ଧି ପାଇଥିବା ରିପୋର୍ଟରେ କୁହାଯାଇଛି। ସେହିପରି ୨୦୨୪-୨୫ରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ୩.୩ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଛି।ଯାହାର ରାଜ୍ୟ ମୋଟ ମୋଟ ସଂଯୋଗିତ ମୂଲ୍ୟରେ ଯୋଗଦାନ ୧୯ ପ୍ରତିଶତ। ଉଭୟ ଖରିଫ ଓ ରବି ଋତୁରେ ରାଜ୍ୟରେ ଜଳଚେସନ ଜମିରେ ଉନ୍ନତି ଘଟୁଥିବା ରିପୋର୍ଟରେ କୁହାଯାଛି। ଶିଳ୍ପ କ୍ଷେତ୍ର ୬.୧ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି। ରାଜ୍ୟ ମୋଟ ସଂଯୋଗିତ ମୂଲ୍ୟରେ ଏହା ୪୩.୯ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ସେବା କ୍ଷେତ୍ରରେ ଅଭିବୃଦ୍ଧି ହାର ୧୦ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ଯାହା ରାଜ୍ୟ ଅର୍ଥନୀତିରେ ପ୍ରାୟ ୩୭.୧ ପ୍ରତିଶତ ଯୋଗଦାନ କରିବ।
