ଦିନେଶ ଦୀପିକାଙ୍କ ପୁଅର ବାପା
ଦୀପିକା ଓ ଦିନେଶଙ୍କ DNA ରିପୋର୍ଟ ଖୋଲିଲା ଅସଲ ସତ । ଦୀପିକାଙ୍କ ପୁଅର ବାପା କିଏ ଏହି ରିପୋର୍ଟ ଖୋଲିଛି ପୁରା ଗୁମର । ଦୀପିକାଙ୍କ ପୁଅର ବାପା ହେଉଛନ୍ତି ସ୍ଵାମୀ ଦିନେଶ । ତେବେ DNA ରିପୋର୍ଟ ଅନୁସାରେ ଜନ୍ମିତ ଶିଶୁର ବାୟୋଲୋଜିକାଲ ପ୍ୟାରେଣ୍ଟ୍ସ ଦିନେଶ ଓ ଦୀପିକା। । ବ୍ରହ୍ମପୁର ବଡବଜାର ଦେଶୀ ବେହେରା ସାହିର ଦିନେଶ କୁମାର ଏବଂ ଦୀପିକାଙ୍କ ସମ୍ପର୍କକୁ ନେଇ ସୃଷ୍ଟି ହୋଇଥିବା ଘଟଣାରେ ଏବେ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି । କେ. ଦିନେଶ କୁମାର ଏବଂ ଦୀପିକାଙ୍କ ଡିଏନଏ ରିପୋର୍ଟ ସାମ୍ନାକୁ ଆସିଛି।
ମିଳିଥିବା ରିପୋର୍ଟରେ ହିଁ ଦର୍ଶାଯାଇଛି ଜନ୍ମିତ ଶିଶୁପୁତ୍ର ସନ୍ତାନର ବାୟୋଲୋଜିକାଲ ପ୍ୟାରେଣ୍ଟସ ବା ବାପାମାଆ ହେଉଛନ୍ତି ଦିନେଶ ଏବଂ ଦୀପିକା। ୨୦୨୨ ମସିହାରେ ଏହି ରିପୋର୍ଟ ରାଜ୍ୟ ଫୋରେସିକ୍ ଲାବ୍ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଉଲ୍ଲେଖ ରହିଛି । ୨୦୨୧ରେ ହୋଇଥିବା ମାମଲା ଅନୁସାରେ ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଟାଉନ ଥାନା ପକ୍ଷରୁ ଦିଆଯାଇଥିଲା । ୨୦୨୨ରେ ଏହି ରିପୋର୍ଟକୁ ଏସଡିଜେଏମ, ବ୍ରହ୍ମପୁର ଏସପି ଓ ଟାଉନ ଥାନାକୁ ଏହି ରିପୋର୍ଟ ପ୍ରଦାନ କରିଥିଲା ଏସଏଫଏସଏଲ ।
ଏପର୍ଯ୍ୟନ୍ତ ଏହି ରିପୋର୍ଟ କୋର୍ଟରେ ଦିଆଯାଇନଥିବା ଅଭିଯୋଗ କରିଥିଲେ ଦୀପିକା । ତେବେ କୋର୍ଟର ଆବଶ୍ୟକତା ଓ ତାଙ୍କ ଓକିଲର ଆବଶ୍ୟକତା ଅନୁସାରେ ଯୋଗାଇ ଦିଆଯାଇଥିବା କହିଥିଲେ ବ୍ରହ୍ମପୁର ଏସପି ଶ୍ରବଣ ଏମ୍ ।ଜନ୍ମିତ ଶିଶୁର ବାୟୋଲୋଜିକାଲ ପ୍ୟାରେଣ୍ଟ ଦିନେଶ ଓ ଦୀପିକା ବୋଲି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ଏବେ ପୁରା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।
