ରାଜା ଚକ୍ରଙ୍କ ଇସାରାରେ ଚାଲୁଥିଲେ ଜିଲ୍ଲାପାଳ ଓ ଏସପି
ରାଜା ଚକ୍ରକୁ ନେଇ ବଦ୍ରି ନାରାୟଣ ପାତ୍ରଙ୍କ ବିସ୍ଫୋରକ ବୟାନ। ରାଜା ଚକ୍ରଙ୍କ ଇସାରାରେ ଚାଲୁଥିଲେ ଜିଲ୍ଲାପାଳ ଓ ଏସପି। ରାଜା ଚକ୍ର ଗିରଫ ହେବା ପରେ ଏଭଳି ବିସ୍ଫୋରକ ବୟାନ ରଖିଛନ୍ତି ଘଷିପୁରା ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର । ତତ୍କାଳୀନ ଜିଲ୍ଲାପାଳ ଆଶିଷ ଠାକରେ ଓ ଏସପି ମିତ୍ରଭାନୁ ମହାପାତ୍ର ରାଜାଙ୍କ ଇସାରାରେ କାମ କରୁଥିଲେ । ରାଜାର କଳା କାରନାମା ପାଇଁ ଜିଲ୍ଲାପାଳ ଓ ଏସ୍ପି ଫୁଲ୍ ପ୍ରୋତ୍ସାହନ ଦେଇଥିଲେ, ଏମିତିକି ରାଜାଙ୍କ ବେପାରରେ ଭାଗିଦାର ଥିଲେ । ଖଣିଠୁ ଚାଲାଣ ଯାଏଁ ସବୁ କିଛିରେ ରାଜାଙ୍କୁ ଖୋଜା ପଡ଼ୁଥିଲା । ଏସପି, ଜିଲ୍ଲାପାଳ ରାଜାଙ୍କ ଜରିଆରେ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି। ଏମିତିକି ରାଜାଙ୍କ ପକେଟରେ ଥିଲେ କେନ୍ଦୁଝର ଜିଲ୍ଲାପାଳ ଓ ଏସପି । ଏସବୁକୁ ନେଇ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ରିପୋର୍ଟ ବି ବଦ୍ରି ଦେଇଥିବା କହିଛନ୍ତି । ପାଣ୍ଡିଆନଙ୍କୁ ବି ଘୋଟାଲା ସମ୍ପର୍କରେ ଜଣାଇଥିଲେ। ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ହେଲାନି। ରାଜାଙ୍କ ପାଇଁ ଓ ରାଜାଙ୍କ କାର୍ଯ୍ୟକଳାପ ପାଇଁ ଦଳର କ୍ଷତି ହେବ ବୋଲି କହିଥିଲେ । ୨୦୨୪ ନିର୍ବାଚନ ପରାଜୟର ଅନ୍ୟତମ କାରଣ ଏସବୁ ଘଟଣା ବୋଲି ଦୋହରାଇଛନ୍ତି ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର ।
