ଆଜିଠୁ ଆରମ୍ଭ ହେବ ଦିଲ୍ଲୀ ବିଧାନସଭା ଅଧିବେଶନ
ଆଜିଠୁ ଆରମ୍ଭ ହେବ ଦିଲ୍ଲୀ ବିଧାନସଭା ଅଧିବେଶନ। ଅରବିନ୍ଦର ସିଂହ ଲଭ୍ଲି କାମଚଳା ବାଚସ୍ପତି। ପୂର୍ବାହ୍ଣ ୧୧ଟାରେ ନିର୍ବାଚିତ ବିଧାୟକମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି । ସେହିପରି ଅପରାହ୍ଣ ୨ଟାରେ ବିଧାନସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଉପରାଜ୍ୟପାଳ ଭି.କେ ସକ୍ସେନା ଫେବୃଆରୀ ୨୫ରେ ବିଧାନସଭାରେ ନିଜ ବକ୍ତବ୍ୟ ରଖିବେ। ଏହାପରେ ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ ହେବ। ସେହିଦିନ ଅପରାହ୍ଣରେ ଉପରାଜ୍ୟପାଳଙ୍କ ବକ୍ତବ୍ୟ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବାର କାର୍ଯ୍ୟସୂଚୀ ରହିଛି। ଫେବୃଆରୀ ୨୬ରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ସହ ଉପ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ, ପ୍ରଥମ ଅଧିବେଶନରେ CAG (କଣ୍ଟ୍ରୋଲର ଏବଂ ଅଡିଟର ଜେନେରାଲ) ରିପୋର୍ଟ ଉପସ୍ଥାପିତ ହେବ, ଯେଉଁଥିରେ ଦିଲ୍ଲୀ ସରକାରଙ୍କ ଆର୍ଥିକ ସ୍ଥିତିର ଏକ ହିସାବ ଉପସ୍ଥାପିତ ହେବ। ଏହା ବ୍ୟତୀତ ରେଖା ଗୁପ୍ତା ମହିଳା ମାନଙ୍କ ପାଇଁ ୨୫ଶହ ଟଙ୍କା ଦେବା ପାଇଁ ଏକ ଯୋଜନା ଘୋଷଣା କରିଛନ୍ତି। ଆମେ ମହିଳା ମାନଙ୍କ ପାଇଁ ମାସିକ ୨୫ଶହ ଟଙ୍କା ଭତ୍ତା ଦେବୁ ବୋଲି ସେ କହିଛନ୍ତି।
