ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାରେ ନୂଆମୋଡ଼

ନବ ଦାସଙ୍କ ରୋଷେୟା ମୃତ୍ୟୁର ହେବ ପୁନଃ ତଦନ୍ତ

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲାରେ ନୂଆମୋଡ଼ । ରୋଷେୟା ଲଳିତଙ୍କ ବାପା ନିରପେକ୍ଷ ତଦନ୍ତ ସହ ନ୍ୟାୟ ପାଇଁ ଗୁହାରି କରିଥିଲେ ଲଳିତଙ୍କ ବାପା ବେଲାଲସେନ ସାହୁ। ଏନେଇ ପ୍ରତିକ୍ରିୟା ରଖିଲେ ଆଇ.ଜି. ହିମାଂଶୁ ଲାଲ ଓ ଝାରସୁଗୁଡ଼ା ଏସ.ପି.  । ଏହି ଘଟଣାର ଏକ ସ୍ଵତନ୍ତ୍ର ଦଳ ଗଠନ କରାଯାଇ ତଦନ୍ତ କରାଯିବ ବୋଲି କହିଛନ୍ତି ଏସ.ପି  । ୩ ବର୍ଷ ପରେ ପୁଣି ଥରେ ଫାଇଲ ଖୋଲା ହେବ ବୋଲି ଜଣାପଡିଛି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଡେଙ୍ଗବୋରେଇ ଗାଁର ଲଳିତ ସାହୁ। ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝାରସୁଗୁଡ଼ା ସ୍ଥିତ ବାସଭବନରେ ରହୁଥିବା ବ୍ୟକ୍ତିଗତ କର୍ମଚାରୀଙ୍କ ପାଇଁ  ରୋଷଇ କରୁଥିଲେ କିନ୍ତୁ ଗତ ୧୭ ଏପ୍ରିଲ ୨୦୨୨  ସଂଧ୍ୟାରେ ତାଙ୍କ ଝୁଲନ୍ତା ମୃତଦେହ ମନ୍ତ୍ରୀଙ୍କ ସରକାରୀ ବାସ ଭବନରୁ ମିଳିଥିଲା। ଅନ୍ୟପଟେ ଭାଇରାଲ୍ ହୋଇଥିଲା ଲଳିତଙ୍କ ବାପାଙ୍କ ଭିଡିଓ। ଯେଉଁଥିରେ ସେ କହୁଛନ୍ତି, ମୃତ୍ୟୁ ପୂର୍ବରୁ ୭/୮ ଦିନ ଧରି ପୁଅ ମାନସିକ ଚାପରେ ରହୁଥିଲେ। ପୁଅର ମାନସିକ ଅବସ୍ଥା ଦେଖି ଗାଁକୁ ଫେରି ଆସିବାକୁ କହିଥିଲେ ଲଳିତଙ୍କ ବାପା। କିନ୍ତୁ, ଲଳିତ ରାଜି ହୋଇନଥିଲେ। ଦୁର୍ଭାଗ୍ୟକୁ ଝାରସୁଗୁଡ଼ା ସରବାହାଲରେ ଝୁଲନ୍ତା ଅବସ୍ଥାରେ ଲଳିତଙ୍କ ମିଳିଥିଲା ମୃତଦେହ। ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି ମାନସିକ ଚାପରେ ଥିଲେ ଲଳିତ ସାହୁ? କିଏ ତାଙ୍କୁ ଏଭଳି ମାନସିକ ଚାପ ଦେଲା ଯେ, ଜୀବନ ହାରିବା ଯାଏଁ କଥା ଗଲା? ରାତାରାତି ବ୍ୟବଚ୍ଛେଦ ପଛର ଉଦ୍ଦେଶ୍ୟ କଣ?