ଲୁଗା ଧୋଉଧୋଉ ଟାଣିନେଲା କୁମ୍ଭୀର !

ବିରୂପା ନଦୀରେ କୁମ୍ଭୀର ଆତଙ୍କ !

କୁମ୍ଭୀର ପାଟିରେ ଗଲା ମହିଳାଙ୍କ ଜୀବନ । ନଦୀକୁ ଯାଇଥିବା ବେଳେ ଟାଣି ନେଲା କୁମ୍ଭୀର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବରୀ ବ୍ଲକ୍ ପାଟପୁର ଅଞ୍ଚଳରେ । ସୂଚନା ଅନୁସାରେ ଆଜି ସ୍ଥାନୀୟ ବିରୂପା ନଦୀକୁ ଲୁଗା ଧୋଇବାକୁ ଯାଇଥିଲେ ପାଟପୁର ଗାଁର ଜ୍ୟୋସ୍ନାରାଣୀ ଜେନା । ତେବେ ହଠାତ କିଛି ଭାବିବା ପୂର୍ବରୁ ଜ୍ୟୋସ୍ନାଙ୍କୁ ନଦୀ ଭିତରକୁ ଟାଣି ନେଇଥିଲା କୁମ୍ଭୀର । ଚିତ୍କାର ସୂନୀ ଧାଇଁ ଆସିଥିଲେ ସ୍ଥାନୀୟ ଗ୍ରାମବାସୀ । ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍‌କୁ ଖବର ଦେଇଥିଲେ ।

ତେବେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍‌ ପହଞ୍ଚି ଜୋସ୍ନାଙ୍କୁ ଖୋଜାଖୋଜି କରିଥିଲେ। କିଛି ସମୟ ଖୋଜାଖୋଜି କରିବା ପରେ ମହିଳାଙ୍କ ଖଣ୍ଡବିଖଣ୍ଡ ମୃତଦେହ ନଦୀରୁ ଉଦ୍ଧାର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟାର ବାତାବରଣ ଖେଳାଇଦେଇଥିବା ବେଳେ ଅସନ୍ତୋଷ ମଧ୍ୟ ଏଖିବାକୁ ମିଳିଛି ।