ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖୁସି ଖବର

ଦେଶରେ ଖୁବଶୀଘ୍ର ଗଡିବ ‘ବନ୍ଦେ ଭାରତ ସ୍ଲିପର’ ଟ୍ରେନ୍

ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦେଶରେ ଖୁବଶୀଘ୍ର ଅତ୍ୟାଧୁନିକ ‘ବନ୍ଦେ ଭାରତ ସ୍ଲିପର’ ଟ୍ରେନ୍ ସେବା ଆରମ୍ଭ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ଏହି ପ୍ରିମିୟମ ଟ୍ରେନ୍ ହାୱଡ଼ା ରୁ କାମାକ୍ଷା (ଗୁଆହାଟି) ମଧ୍ୟରେ ଚାଲିବ, ଯାହା ପ୍ରାୟ ୯୫୮ କିଲୋମିଟର ଦୂରତା ଅତିକ୍ରମ କରିବ। ଏହି ଟ୍ରେନ୍ ଚଳାଚଳ ଦ୍ୱାରା ଦୂରପାଲ୍ଲା ଯାତ୍ରା ଅଧିକ ଆରାମଦାୟକ ଓ ଶୀଘ୍ର ହୋଇପାରିବ। ବନ୍ଦେ ଭାରତ ସ୍ଲିପର ଟ୍ରେନର ଆରମ୍ଭ ହେବାରେ ଯାତ୍ରା ତ ସହଜ ହେବ , ଏହାସହ ଏହି ଟ୍ରେନରେ ଅନେକ ସୁବିଧା ମଧ୍ୟ ଯୋଗାଇ ଦିଆଯିବ। ସୂଚନା ମୁତାବିକ , ଏହି ଟ୍ରେନ୍ ରିଜର୍ଭେସନରେ କୌଣସି ଭିଆଇପି କୋଟା ହେବ ନାହିଁ। ଏହାବ୍ୟତୀତ ଏହି ଟ୍ରେନ୍ରେ ଯାତ୍ରା କରୁଥିବା ଲୋକଙ୍କୁ ସ୍ଥାନୀୟ ଭୋଜନ ଯୋଗାଇ ଦିଆଯିବ। ଏହି ଟ୍ରେନ୍ ଦୀର୍ଘ ଦୂରଗାମୀ ଯାତ୍ରାରେ ଏକ ମାଇଲଷ୍ଟୋନ୍ ସାବ୍ୟସ୍ତ ହେବ।

Leave a Reply

Your email address will not be published. Required fields are marked *