୪-୫ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ

୪-୫ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ

୪-୫ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ ରାଶି । ଜିଲ୍ଲାପାଳମାନେ ଦେଇଥିବା ରିପୋର୍ଟ ଆଧାରରେ ରାଜ୍ୟ ସରକାର ୨୯୨.୫୯କୋଟି ଟଙ୍କା କ୍ଷତିପୂରଣ ରାଶି ମଞ୍ଜୁର କରିଛନ୍ତି । ଏହି କ୍ଷତିପୂରଣ ଟଙ୍କା ଜାନୁୟାରୀ ୩ତାରିଖରେ ଜିଲ୍ଲାପାଳମାନଙ୍କୁ ଅନଲାଇନରେ ଟ୍ରାନ୍ସଫର କରାଯାଇଛି । ସେମାନେ କ୍ଷତିଗ୍ରସ୍ତ ଚାଷୀଙ୍କ ଡାଟାବେସ୍ ଦେଖି ତହସିଲଦାର ଓ ରାଜସ୍ୱ ଅଧିକାରୀଙ୍କ ସହଯୋଗରେ ରିଲିଫ କୋଡ୍ ଆଧାରରେ ଏହି କ୍ଷତିପୂରଣ ରାଶି ପ୍ରଦାନ କରିବେ । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ । ସୁରେଶ ପୂଜାରୀ କହିଛନ୍ତି ଯେ, ଚାଷୀଙ୍କୁ କ୍ଷତିପୂରଣ ଦେବା ପ୍ରକ୍ରିୟା ସରକାର ଆରମ୍ଭ କରିସାରିଛନ୍ତି । ଅଦିନିଆ ବର୍ଷାରେ ଫସଲ ୧୪ଟି ଜିଲ୍ଲାରେ ବ୍ୟାପକ ଓ ୨ଟି ଜିଲ୍ଲାରେ ଆଂଶିକ କ୍ଷତି ହୋଇଛି । ଜିଲ୍ଲାପାଳମାନେ ଡିସେମ୍ବର ୩୦ତାରିଖରେ ସରକାରଙ୍କୁ ରିପୋର୍ଟ ଦେଇଥିଲେ ଓ ୨୯୨ କୋଟି ଟଙ୍କା ଫସଲ କ୍ଷୟକ୍ଷତି ହୋଇଛି ବୋଲି ଦର୍ଶାଇଥିଲେ। ଜିଲ୍ଲାପାଳମାନଙ୍କ ରିପୋର୍ଟ ଆଧାରରେ ସରକାର ଜାନୁୟାରୀ ୩ତାରିଖରେ ଅନଲାଇନରେ ଏହି ୨୯୨କୋଟି ଟଙ୍କାକୁ ଜିଲ୍ଲାକୁ ପଠାଇ ଦେଇସାରିଛନ୍ତି। ୫ଦିନ ମଧ୍ୟରେ ରାଜସ୍ୱ ବିଭାଗର ଏହି କ୍ଷତିପୂରଣ ରାଶି ଚାଷୀଙ୍କ ପାଖରେ ପହଂଚିଯିବ । ରିଲିଫ କୋଡ୍ ଆଧାରରେ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୫ହଜାର ଟଙ୍କା ଓ ଅଣଜଳସେଚିତ ଜମି ବାବଦରେ ହେକ୍ଟର ପିଛା ୭୫୦୦ଟଙ୍କା କ୍ଷତିପୂରଣ ଦିଆଯିବ । ଭାଗଚାଷୀଙ୍କ ପାଇଁ କୌଣସି ଆଇନ ନାହିଁ । ଆଗାମୀ ଦିନରେ ଆଇନ ଆସିବ କି ନାହିଁ ସେବାବଦରେ ଅଂଶୀଦାରମାନଙ୍କ ସହ ଆଲୋଚନା କରାଯିବ ।

Leave a Reply

Your email address will not be published. Required fields are marked *